ସ୍ତ୍ରୀର ମୃତଦେହ ଧରି ଫେରୁଥିଲେ, ଦୁର୍ଘଟଣାରେ ନିଜେ ଜୀବନ ହାରିଲେ ସ୍ୱାମୀ

Published By : Prameya-News7 Bureau | June 03, 2021 IST

ପାଟଣାଗଡ,୦୩/୦୬: ଏମିତି ବି ଆସେ ମୃତ୍ୟୁ । ପାଟଣାଗଡ଼ ଥାନା ଅନ୍ତର୍ଗତ ପାଟଣାଗଡ-ପଦ୍ମପୁର ମୁଖ୍ୟ ରାସ୍ତାର ଝୁଲେନବର ଓ ପାଢେଲ ଗ୍ରାମ ମଝିରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣକର ଜୀବନ ଯାଇଛି । ମୃତକ ନିଜ ପତ୍ନୀଙ୍କ ଶବ ନେଇ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଥିଲା । ମୃତକମାନେ ହେଲେ ତୁରକେଲା ବ୍ଲକ ଅନ୍ତର୍ଗତ ଲର୍କି ଗ୍ରାମର ବିପିନ ସେଠ ଏବଂ ତାଙ୍କ ପତ୍ନୀ ସାଏବାନୀ ସେଠ ।

ମିଳିଥିବା ଖବର ଅନୁଯାୟୀ, ସାଏବାନୀ ପକ୍ଷାଘାତ ରୋଗରେ ପୀଡିତ ଥିଲେ । ଗତ କିଛିଦିନ ହେବ ବୁର୍ଲା ଡାକ୍ତରଖାନାରେ ଚିକିତ୍ସତ ହେଉଥିଲେ । ଗତକାଲି ଚିକିତ୍ସିତ ଅବସ୍ଥାରେ ବୁର୍ଲାଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସାଏବାନୀଙ୍କ ଶବ ନେଇ ତାଙ୍କ ସ୍ୱାମୀ ବିପିନ ଏକ ଘରୋଇ ଆମ୍ବୁଲାନ୍ସ(ଓଡି୧୫-୨୮୫୫)ରେ ଘରକୁ ଫେରୁଥିଲେ । ବାଟରେ କୌଣସି କାରଣ ବଶତଃ ଆମ୍ବୁଲାନଟି ଏକ ଗଛରେ ପିଟି ହୋଇଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସ ଆଗପଟେ ବସିଥିବା ବିପିନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆମ୍ବୁଲାନ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.