ତହସିଲ୍‌ଦାରଙ୍କୁ ମଦ୍ୟପଙ୍କ ଦୁର୍ବ୍ୟବହାର ଘଟଣା- ବ୍ଲକ ଓ ତହସିଲ୍ କର୍ମଚାରୀଙ୍କର ଧାରଣା ସାମୟିକ ସ୍ଥଗିତ

Published By : Prameya-News7 Bureau | October 19, 2019 IST

 ଭଣ୍ଡାରୀପୋଖରି ୧୯।୧୦ - ଧାମନଗର ବିଡିଓ ତଥା ଭାରପ୍ରାପ୍ତ ତହସିଲଦାର ଦୁର୍ଗାଚରଣ ମୁର୍ମୁଙ୍କୁ ମଦ୍ୟପ ଯୁବକଙ୍କ ଦୁର୍ବ୍ୟବହାର ଘଟଣା ।  ଅଭିଯୁ୍କ୍ତକୁ ଗିରଫ ଦାବିରେ ବ୍ଲକ ଓ ତହସିଲ କର୍ମଚାରୀଙ୍କ ଧାରଣା ସାମୟିକ ସ୍ଥଗିତ ରହିଛି । ଏସଡିପିଓଙ୍କ ଉପସ୍ଥିତିରେ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସାମୟିକ ସ୍ଥଗିତ ରହିଛି । ଗୁରୁବାର ରାତିରେ ଜଣେ ମଦ୍ୟପ ଯୁବକ ଧାମନଗର ବିଡିଓଙ୍କୁ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ପୋଲିସ ଉପସ୍ଥିତିରେ ମଦ୍ୟପ ଯୁବକ ଏଭଳି କାରନାମା କରିଥିଲେ ମଧ୍ୟ ପୋଲିସ କେବଳ ନିରବଦ୍ରଷ୍ଟା ସାଜିଥିଲା । ….

{"id":171987}

ସ୍ଥଗିତ ରହିଲା ଧାମନଗର ବ୍ଲକ୍ ଓ ତହସିଲ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ବିଡିଓ ତଥା ଭାରପ୍ରାପ୍ତ ତହସିଲଦାରଙ୍କୁ ମଦ୍ୟପ ଯୁବକ ରାଜେଶ ମହାନ୍ତିଙ୍କ ପୋଲିସ ଉପସ୍ଥିତିରେ ଦୁର୍ବ୍ୟବହାର ଓ ମାରିବାକୁ ଧମକ ପ୍ରତିବାଦରେ କାଲିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିଲେ ଧାମନଗର ବ୍ଲକ୍ ଓ ତହସିଲ କର୍ମଚାରୀ । ଅଭିଯୁକ୍ତ ରାଜେଶଙ୍କ ଗିରଫ ଓ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଥିଲେ ।ଫ ଳରେ ବ୍ଲକ୍ ଓ ତହସିଲ କାମ ଠପ୍ ହୋଇଯାଇଥିଲା । ତେବେ ଆଜି ଏସ୍ଡିପିଓ ଉପସ୍ଥିତିରେ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ବ୍ଲକ୍ ଅଧ୍ୟକ୍ଷ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସ୍ଥଗିତ ରହିଛି । ସେପଟେ ଅଭିଯୁକ୍ତ ରାଜେଶ ମହାନ୍ତି ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ ଓରଫ ବୁବୁନାଙ୍କ ନାଁ ନେଇ ବିଡିଓଙ୍କୁ ଧମକ ଦେଇଥିଲା । ହେଲେ ଅଭିଯୁକ୍ତ ସହ କୌଣସି ସଂପର୍କ ନଥିବା  ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ କହିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରିଛନ୍ତି । 

{"id":171988}

ଏଠି ପ୍ରଶ୍ନ ଉଠୁଛି ଯଦି ବ୍ଲକ ଅଧ୍ୟକ୍ଷଙ୍କ ସହ ରାଜେଶଙ୍କ ସଂପର୍କ ନାହିଁ ତେବେ ବିଡିଓଙ୍କୁ ଏଭଳି ଦୁର୍ବ୍ୟବହାର ଓ ଧମକ ଦେବାକୁ ସେ ସାହସ ପାଇଲେ କେଉଁଠୁ ?  ବିଡିଓଙ୍କୁ ଦୁର୍ବ୍ୟବହାର ଯୋଜନା ବଦ୍ଧ ଥିଲା କି ? ଘଟଣା ସ୍ଥଳରେ ଉପସ୍ଥିତ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ସେଠାରେ ଛିଡାହୋଇ ନିରବଦ୍ରଷ୍ଟା ସାଜିଥିଲେ କାହିଁକି ? ବିଡିଓ ଏନେଇ ଧାମନଗର ଥାନାରେ ୨୪ଘଣ୍ଟା ପୂର୍ବରୁ ଏତଲା ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାର କାରଣ କଣ ? ଲୋକଦେଖାଣିଆ ଭାବେ ଅଭିଯୁକ୍ତକୁ ଥାନାକୁ ଆଣି ପରେ କାହିଁକି ଛାଡିଦେଲା ପୋଲିସ ? କାହିଁକି ବ୍ଲକ୍ ଅଧ୍ୟକ୍ଷଙ୍କ ନାଁ ନେଇ ରାଜେଶ ବିଡିଓଙ୍କୁ ଧମକ ଦେବାକୁ ସାହାସ କଲା ?

{"id":171989}

 ସେପଟେ ଧାରଣାରତ ବ୍ଲକ ଓ ତହସିଲ କର୍ମଚାରୀ ଆନ୍ଦୋଳନରୁ ଓହରିଥିଲେ ବି ସାତ ଦିନ ମଧ୍ୟରେ ଯଦି ଅଭିଯୁକ୍ତଙ୍କୁ ଗିରଫ କରା ନଯାଏ ଓ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ପୁଣି ଆନ୍ଦୋଳନ କରିବେ ବୋଲି ଚେତାଇ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.