ପାଟଣା: ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନରୁ ଓହରିଲେ ଆନ୍ଦୋଳନକାରୀ

Published By : Prameya-News7 Bureau | February 22, 2021 IST

ପାଟଣା୨୨/୨: କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସାମ୍ନାରେ ଫେବୃୟାରୀ ୧୫  ତାରିଖ ଠାରୁ ଡାକ୍ତର ପଦବୀ ପୂରଣ  ଦାବିରେ  ଆନ୍ଦୋଳନକାରୀ  ଧାରଣାରେ ବସିଥିଲେ। ପ୍ରଥମ ଦିନରେ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ବିନୋଦ ନାଏକ ଯୋଗ ଦେଇଥିଲେ। ବିଜେପି ପକ୍ଷରୁ ଆନ୍ଦୋଳନକୁ ସମର୍ଥନ କରି ସିଡିଏମଓ ଓ ଡେପୁଟି କଲେକ୍ଟରଙ୍କୁ ଦାବି ପତ୍ରଦେବା ସହ ଆନ୍ଦୋଳନକାରୀଙ୍କ ସହ ଧାରଣା ବସିଥିଲେ।

ରବିବାର ଧାରଣାର ସପ୍ତମ ଦିନରେ ଆନ୍ଦୋଳନକାରୀଙ୍କ ସହ ପାଟଣା ବିଧାୟକ ଜଗନ୍ନାଥ ନାଏକ ସି ଡି ଏମ ଓ  ଅଶୋକ ଦାଶଙ୍କ ଆଲୋଚନା ଓ ପ୍ରତିଶୃତି ପରେ ଆନ୍ଦୋଳନକାରୀଙ୍କ ତରଫରୁ ବିଦ୍ୟାଧର ଦାଶ ଧାରଣାକୁ ସ୍ଥଗିତ ରଖିବା ପାଇଁ ଧାରଣାସ୍ଥଳରେ ପ୍ରକାଶ କରିଥିଲେ। ଏହି ଆଲୋଚନାରେ ପ୍ରଶାସନିକ ଅଧିକାରୀ ପକ୍ଷରୁ ତହସିଲଦାର ଶିବପ୍ରଶାଦ ମୂର୍ମୁ,  ବିଡ଼ିଓ ଈଶ୍ୱରଚନ୍ଦ୍ର ନାଏକ, ବ୍ଲକ ଅଧକ୍ଷ ବିଶ୍ୱନାଥ ନାଏକ,  ଏସ ଡିପିଓ ରବୀନ୍ଦ୍ର ମଲ୍ଲିକ, ପାଟଣା ଥାନା ଧିକାରୀ ସୋମନାଥ ଜେନା,  ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଶୁଭେନ୍ଦୁ  ସାଗର କୁମାର ନାଏକ ପ୍ରମୁଖ ଙ୍କ ସହ ଆନ୍ଦୋଳନକାରୀଙ୍କ ପକ୍ଷରୁ ପୂର୍ବତନ ପାଟଣା ବ୍ଲକ ଅଧକ୍ଷ ବିଦ୍ୟାଧର ଦାଶ, ସମାଜସେବୀ ଅଜୟକୁମାର ଦାଶ, ଯୁବ ନେତା ବିଜୟରତ୍ନ ପତି, ଯୁଗଳ କିଶୋର ଦାଶ, ବଣିକ ସଂଘ ସଭାପତି ବୁଲୁ ଭଞ୍ଜ,  ବିଜେଡି ପାଟଣା ବ୍ଲକ ସଭାପତି ମାଧବାନନ୍ଦ ପୃଷ୍ଟି, ଲକ୍ଷଣ କୁମାର ଦାଶ,ଲକ୍ଷ୍ମୀଧର ପତି ଶବିର କୁମାର ଦାଶ ଓ ପ୍ରଶାନ୍ତ ଭଞ୍ଜ ପ୍ରମୁଖଙ୍କ ସହ ଆଲୋଚନା ପରେ ବିଧାୟକ ଓ  ସି ଡି ଏମ ଓ ଆଲୋଚନା କରିଥିଲେ।

 ୨ ଡାକ୍ତର ପଦବୀ ପୂରଣର ପ୍ରତିଶୃତି ପାଇବା ପରେ ଆନ୍ଦୋଳନକାରୀଙ୍କ ତରଫରୁ ଧାରଣା ବନ୍ଦ ଘୋଷଣା କରାଯାଇଥିଲା। ବିଜୟ ରତ୍ନପତି  ଆନ୍ଦୋଳନକୁ ସମର୍ଥନ ଦେଇଥିବା ପାଟଣା ଅଞ୍ଚଳ ବାସୀ ତଥା ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.