ସୁନ୍ଦରଗଡ଼ ସିଡିଏମଓଙ୍କ ନିଲମ୍ବନକୁ ନେଇ ତେଜିଲା ରାଜନୀତି : ବଦଳି ବିରୋଧରେ ଆଜି ୬ ଘଣ୍ଟିଆ ବନ୍ଦ ପାଳନ କରୁଛି ବିଜେପି
14/10/2019 at 10:11 AM

ସୁନ୍ଦରଗଡ଼ ୧୪/୧୦: ସୁନ୍ଦରଗଡ଼ ସିଡିଏମଓଙ୍କ ନିଲମ୍ବନକୁ ନେଇ ତେଜିଲା ରାଜନୀତି । ନିଲମ୍ବନକୁ ପ୍ରତିବାଦ କରି ଆଜି ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ୬ ଘଣ୍ଟିଆ ବନ୍ଦ ପାଳନ କରୁଛି ଜିଲ୍ଲା ବିଜେପି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ ।

ଜରୁରୀକାଳିନ ସେବାକୁ ବାଦ ଦେଇ ଜିଲ୍ଲାରେ ଦୋକାନ ବଜାର, ସରକାରୀ ବେସରକାରୀ ଅଫିସ ଓ ଗାଡ଼ି ମଟର ଚଳାଚଳକୁ ବନ୍ଦ ରଖିବା ପାଇଁ ନିଷ୍ପତି ନିଆଯାଇଛି । ଯାହାର ପ୍ରଭାବ ସକାଳୁ ସକାଳୁ ଦେଖିବାକୁ ମିଳିଛି । କାର୍ଯ୍ୟରେ ଅବହେଳା ନେଇ ସିଡିଏମଓ ପଙ୍କଜ ପେଟେଲଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସୁନ୍ଦରଗଡ଼ ଡାକ୍ତରଖାନାରେ ରୋଗୀ ହଇରାଣ ହେଉଛନ୍ତି ।

ଡାଏଲିସିସ୍ ଓ ବିଭିନ୍ନ ଟେଷ୍ଟ ପାଇଁ ରୋଗୀଙ୍କୁ ବାହାରକୁ ପଠାଯାଉଛି । ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଠିକ୍ ନାହିଁ । ଏମିତି କିଛି ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଆକ୍ସନ ନିଆଯାଇଛି । ତେବେ ଘଟଣାକୁ ବିଜେପି ବିରୋଧ କରିବା ସହିତ ବନ୍ଦ ପାଳନ କରୁଛି।