CAB କୁ ନେଇ ଉତ୍ତର-ପୂର୍ବରେ ହିଂସା ଜାରି : ପଶ୍ଚିମବଙ୍ଗର ହାୱଡ଼ା ଏବଂ ମୁର୍ଶିଦାବାଦଠାରେ ହିଂସ୍ର ରୂପ ନେଲା ଆନ୍ଦୋଳନ

Published By : Prameya-News7 Bureau | December 14, 2019 IST

ନୂଆଦିଲ୍ଲୀ ୧୪।୧୨: ନାଗରିକତା ବିଲ୍ ସଂସଦର ଦୁଇ ଗୃହରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହୋଇସାରିଛି। ତେବେ ଏହି ବିଲ୍  ବିରୋଧରେ ମୁଣ୍ଡ ଟେକିଥିବା ଆନ୍ଦୋଳନ ଏବେ ଆସାମରେ ସାମାନ୍ୟ ନିୟନ୍ତ୍ରଣକୁ ଆସିଛି। ଏହି ଆନ୍ଦୋଳନର ନିଆଁ ପୂର୍ବ ଓ ଉତ୍ତର ପୂର୍ବ ଭାରତ ସହ ବର୍ତ୍ତମାନ ରାଜଧାନୀ ଦିଲ୍ଲୀ ଏବଂ ଅନ୍ୟ ଅଞ୍ଚଳକୁ ଆଡ଼କୁ ମୁହାଁଇଛି। ତେବେ ଏହି ଆନ୍ଦୋଳନ ସବୁଠାରୁ ପ୍ରଥମେ ବ୍ୟାପକ ହୋଇଥିବା ଆସାମରେ ସ୍ଥିତି ସୁଧୁରୁଛି  । 

{"id":197465,"sizeSlug":"large"}

ପଶ୍ଚିମବଙ୍ଗର ବିଭିନ୍ନ ମୁସଲିମ୍  ସଂଗଠନ ଆନ୍ଦୋଳନ ଜାରି ରଖିଛନ୍ତି। ଶୁକ୍ରବାର ନମାଜ ପରେ ଶାନ୍ତି ପୂର୍ଣ୍ଣ ଭାବେ ବିରୋଧ ଦେଖିବାକୁ ମିଳିଥିଲା। କୋଲକାତା, ଆରାମବାଗ, ପଶ୍ଚିମ ମେଦିନାପୁର, ଉତ୍ତର ୨୪ ପ୍ରଗଣା ଏବଂ ଦକ୍ଷିଣ ୨୪ ପ୍ରଗଣା ଆଦିରେ ସରକାର ବିରୋଧୀ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ହାୱଡ଼ା ଏବଂ ମୁର୍ଶିଦାବାଦଠାରେ ଏହି ଆନ୍ଦୋଳନ ହିଂସ୍ର ରୂପ ନେଇଥିଲା। ଏପରକି କିଛି ଲୋକ ହାୱଡ଼ା ଷ୍ଟେସନ୍ ଠାରେ ଚଳନ୍ତା ଟ୍ରେନ୍  ଉପରକୁ ଢେଲା ମାଡ଼ କରିଥିଲେ। ମୁର୍ଶିଦାବାଦର ବେଲଡାଙ୍ଗଠାରେ ଆନ୍ଦୋଳନକାରୀମାନେ ଏକ ରେଲ୍ ୱେ ଷ୍ଟେସନ୍  ଏବଂ ପୁଲିସ୍  ଷ୍ଟେସନ୍  ଭଙ୍ଗାରୁଜା କରିଛନ୍ତି। ସେମାନେ ଗାଡ଼ି ଭାଙ୍ଗିବା ସହ ଆମ୍ବୁଲାନ୍ସ ଉପରକୁ ମଧ୍ୟ ଢେଲାମାଡ଼ କରିଛନ୍ତି। ଆମ୍ବୁଲାନ୍ସର ଚାଳକ ଏହାର ପ୍ରତିବାଦ କରିଥିବାବେଳେ କିଛି ଲୋକ ଢେଲା ଓ ପଥରରେ ଗାଡ଼ି ଉପରକୁ ଆକ୍ରମଣ କରିଥିବା ଚିତ୍ର ଭାଇରାଲ ହେବାରେ ଲାଗିଛି। ଏହି ଆନ୍ଦୋଳନରେ ଜଣେ ପୁଲିସ୍  ଆହତ ହୋଇଛନ୍ତି। ତେବେ ଏପରି ସ୍ଥିତି ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି।

{"id":197464,"sizeSlug":"large"}

ସେପଟେ ରାଜଧାନୀ ନୂଆଦିଲ୍ଲୀରେ ସିଏବି ବିରୋଧୀ ଆନ୍ଦୋଳନ ଜୋର ଧରିଛି। ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ସିଏବିରେ ମୁସଲିମ୍ ଙ୍କୁ ସାମିଲ କରାନଯିବା ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଢେଲାମାଡ଼, ଲାଠି ମାଡ଼, ଲୁହ ବୁହା ଗ୍ୟାସ୍  ପ୍ରୟୋଗ ଆଦି ସେଠାରେ ଦେଖିବାକୁ ମିଳିଥିଲା। ପ୍ରରୟ ୩ ଜଣ ପୁଲିସ୍  ଆହତ ହୋଇଥିବାବେଳେ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.