ଭଂଜସେନା ପକ୍ଷରୁ ୨୪ଘଣ୍ଟିଆ ଅର୍ଥନୈତିକ ଅବରୋଧ , ଅଟକି ରହିଛି ଶହ ଶହ ଗାଡ଼ି
10/12/2020 at 11:50 AM

ରାଇରଙ୍ଗପୁର ୧୦।୧୨ : ଭଞ୍ଜସେନା ପକ୍ଷରୁ ୨୪ଘଣ୍ଟିଆ ଅର୍ଥନୈତିକ ଅବରୋଧ । ମୟୁରଭଞ୍ଜର ଅଗ୍ରଣ ଅନୁଷ୍ଠାନ ଭଞ୍ଜସେନା ପକ୍ଷରୁ ବେକାର ଯୁବକ ଓ ଯୁବତୀମାନଙ୍କୁ ରୋଜଗାରକୁ ନେଇ ଦୀର୍ଘଦିନ ହେଲା ସ୍ୱର ଉତ୍ତୋଳନ କରି ଆସୁଛି । ଜିଲ୍ଲାରେ ଅନେକ ଲୌହଖଣି ଥିବା ସତ୍ତ୍ୱେ ସ୍ଥାନୀୟ ଯୁବକ ଓ ଯୁବତୀ ମାନେ ରୋଜଗାର ନପାଇ ବାହାର ରାଜ୍ୟରେ ଦାଦନ ଖଟିବାକୁ ପଳାୟନ କରୁଛନ୍ତି।

ଭଂଜସେନା ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ପାଇଁ ଆଗରୁ ଅନେକ ଥର ଦାବି କରିଆସିଛି ।ଏହି ପରିପ୍ରେକ୍ଷୀ ରେ ଆଜି “ରୋଜଗାର ଦିଅ ଲୁହାପଥର ନିଅ”ନାରା ଦେବା ସହିତ ୨୪ ଘଣ୍ଟିଆ ଅର୍ଥନୈତିକ ଅବରୋଧ କରି ଲୌହପଥର ପରିବହନ କୁ ବନ୍ଦ କରିଛି।ଭଂଜସେନା କର୍ମୀମାନେ ରାଇରଙ୍ଗପୁର, ବିଶୋଇ,ତିରିଙ୍ଗ,ବହଳଦା ସହିତ ଯୋଶୀପୁର ପ୍ରଭୁତି ସ୍ଥାନରେ ଲୌହପଥର ପରିବହନ କରୁଥିବା ଶହ ଶହ ଟ୍ରକ କୁ ଅଟକ ରଖିଛନ୍ତି।ଆଗାମୀ ଦିନରେ ତାଙ୍କ ଦାବି ପୂରଣ ନ ହେଲେ ଅନିର୍ଦିଷ୍ଟ କାଳ ପାଇଁ ଲୌହପଥର ପରିବହନ କରାଇ ନଦେବା ପାଇଁ ଚେତାବନୀ ଦେଇଛନ୍ତି।