OPGC ଅଫିସ ସମ୍ମୁଖରେ ଶ୍ରମିକ ଓ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | November 18, 2020 IST

ଝାରସୁଗୁଡା ୧୮।୧୧: ବିଭିନ୍ନ ଦାବି ନେଇ OPGC ଅଫିସ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ । ଝାରସୁଗୁଡା ଜିଲ୍ଲା ବନହରପାଲି ଠାରେ ଥିବା OPGCରେ ଶ୍ରମିକ ଓ କର୍ମଚାରୀଙ୍କ ସହ ଅଫିସର ମାହୋଲରେ ଅସନ୍ତୋଷ ଦେଖାଦେଇଛି। ସମସ୍ୟାର ସମାଧାନ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

ଖବର ଅନୁଯାୟୀ, ଓପିଜିସିର ୪୯ ପ୍ରତିଶତ ସେୟାର ଥାଇ ଆମେରିକୀୟ କମ୍ପାନୀ ଏଇଏସ ସଂସ୍ଥା ହଜାର ହଜାର କୋଟି ଟଙ୍କା ଚଳୁ କରିବାର ଅଭିଯୋଗ ଆସିଥିଲା । ଏହାପରେ  ରାଜ୍ୟ ସରକାର ନିଜ ହାତକୁ ସମ୍ପୂର୍ଣ୍ଣ ପରିଚାଳନା ଭାର ନେବାକୁ ନିଷ୍ପତ୍ତି ନେଇଛନ୍ତି। ତଥାପି ଏଇଏସ ଅଧୀନରେ ଥିବା କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀ ପୁଣି ଥରେ ଓପିଜିସିରେ ନିଯୁକ୍ତ ହେଉଥିବାରୁ ପ୍ରତିକ୍ରିୟାଶୀଳ ହୋଇଛନ୍ତି କର୍ମଚାରୀ।

ବାରମ୍ବାର କର୍ମଚାରୀ ମାହୋଲରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ସୁଦ୍ଧା କୌଣସି ଆଖିଦୃଶିଆ ପଦକ୍ଷେପ ନିଆନଯିବା ଯୋଗୁଁ ପ୍ରତିଦିନ କର୍ମଚାରୀମାନେ ଓପିଜିସିର ଅଫିସ ସମ୍ମୁଖରେ କଳାବ୍ୟାଚ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସମସ୍ୟାର ସମାଧାନ ନେହେଲେ ଏହି ପ୍ରଦର୍ଶନ ଜାରୀ ରହିବ ବୋଲି କର୍ମଚାରୀ ଓ ଅଫିସର ସଂଘ ପକ୍ଷରୁ କୁହାଯାଇଛି ।  ସମାନ କାମକୁ ସମାନ ଦରମା,ସପ୍ତମ ବେତନ କମିଶନର ସୁପାରିଶ ତୁରନ୍ତ ଲାଗୁ କରିବା ପାଇଁ ଦାବୀ ମଧ୍ୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.