ପୌରପାଳିକା ସମ୍ମୁଖରେ ସୁଇପର ସଂଘର ଆନ୍ଦୋଳନ, ମୃତ ସୁଇପରଙ୍କ କୋଭିଡ଼ ଟେଷ୍ଟ କରି ଯୋଦ୍ଧା ଘୋଷଣା କରିବାକୁ ଦାବି

Published By : Prameya-News7 Bureau | September 14, 2020 IST

ଅନୁଗୁଳ ୧୪।୦୯: ପୌରପାଳିକା ଗେଟ୍‌ ସମ୍ମୁଖରରେ ସୁଇପର ସଂଘର ଆନ୍ଦୋଳନ । ବବି ମୁଖି ନାମକ ଜଣେ ସୁଇପର କିଛିଦିନ ତଳେ ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କର ଶବ ବ୍ୟବଚ୍ଛେଦ ହୋଇନାହିଁ। ତାଙ୍କର କାହିଁକି ଶବ ବ୍ୟବଚ୍ଛେଦ କରାଯାଇନାହିଁ, ତାହାର ଜବାବ ମାଗିବା ସହ କ୍ଷତି ପୂରଣ ଦାବିରେ ଆନ୍ଦୋଳନ କରୁଛି ସଂଘ ।

{"id":329450,"sizeSlug":"large"}

ସେ ସୁଇପର ଭାବେ କାମ କରୁଥିଲା, ତେଣୁ ତାଙ୍କ ମୃତ୍ୟୁ ପରେ କୋଭିଡ଼ ଟେଷ୍ଟ କରି କରୋନା ଯୋଦ୍ଧା ଭାବେ ଘୋଷଣା କରାଯିବା ଉଚିତ ବୋଲି ଜିଦ ଧରିଛି ସଂଘ । ସେପଟେ ପୌରପାଳିକା କାର୍ଯ୍ୟନିର୍ବାହୀ  ଅଧିକାରୀ ଆନ୍ଦୋଳନ କାରୀଙ୍କ ସହ ଆସି ଆଲୋଚନା କରିଛନ୍ତି। କିଛି ଦିନର ସମୟ ମଧ୍ୟ ନେଇଛନ୍ତି। ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଯାହା କିଛି ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କ୍ଷତିପୂରଣର ପ୍ରତିଶୃତି ପରେ ସୁଇପର ସଂଘ  ଆନ୍ଦୋଳନରୁ ପଛକୁ ହଟିଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.