ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ, କ୍ଷତିପୂରଣ ଦାବିରେ ଅଡିବସିଛନ୍ତି ଗାଁଲୋକେ

Published By : Prameya-News7 Bureau | October 06, 2021 IST

କୋରାପୁଟ ୦୬।୧୦ : କୋରାପୁଟ ଜିଲ୍ଲା ସୁନାବେଡାରେ ଆଶାନ୍ତି। ମୃତଦେହ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ । କୋରାପୁଟ ଜିଲ୍ଲା ଦେଇ ଯାଇଥିବା ୨୬ନଂ ଜାତୀୟ ରାଜପଥର ସୁନାବେଡ଼ା ଥାନାରେ ସମ୍ମୁଖରେ ରାସ୍ତାରୋକ । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

{"id":523107,"sizeSlug":"full","linkDestination":"none"}

ଖବର ଅନୁଯାୟୀ,  ପୁରୁଣା ସୁନାବେଡା ଓ କାକିଗାଁ  ମଧ୍ୟର ବିବାଦ ଘଟଣା। ପୁରୁଣା ସୁନାବେଡାର ଯୁବକ ଚନ୍ଦ୍ର ଶେଖରକୁ ଅପହରଣ କରି ମାଡ ମାରି ଫୋପାଡିଦେବା ଅଭିଯୋଗ ଆସିଛି। ଏହାପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଗୁରୁତର ଅବସ୍ଥାରେ ଚନ୍ଦ୍ର ଶେଖରଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କତର ମୃତ୍ୟୁ ହୋଇଯାଇଛି ।

{"id":523108,"sizeSlug":"full","linkDestination":"none"}

ତେବେ ଘଟଣାରେ ଜଡିତ ଲୋକଙ୍କୁ ଗିରଫ କରିବା ସହ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ରାସ୍ତା ରୋକ ହୋଇଛି । ୨୬ନଂ ଜାତୀୟ ରାଜପଥର ସୁନାବେଡା ଥାନା ସମ୍ମୁଖରେ  ମୃତ ଯୁବକଙ୍କ ଶବ ରଖି ରାସ୍ତାରୋକ କରିଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ପୁଲିସ ଫୋର୍ସ ମୁତୟନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.