ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଗରେ ଧାରଣା, ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ଆନ୍ଦୋଳନ

Published By : Prameya-News7 Bureau | November 10, 2021 IST

କଳାହାଣ୍ଡି ୧୦।୧୧ : ମଦନପୁର ରାମପୁର , କର୍ଲାମୁଣ୍ଡା, ନର୍ଲା ବ୍ଲକକୁ  ନେଇ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବିରେ ଗଣଧାରଣା । କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଆଦିବାସୀ ସଂଗ୍ରାମ ସମିତି ପକ୍ଷରୁ ଗଣଧାରଣା। ଯଦି ଆଗାମୀ ଦିନରେ ଦାବି ପୂରଣ ନହୁଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ।

ଖବର ଅନୁଯାୟୀ, ଏହି ସବୁ ଅଞ୍ଚଳ ଜନସଂଖ୍ୟା ୨ ଲକ୍ଷ ୫୦ ହଜାର ରୁ ଅଧିକ ରହିଛି । ଭବାନୀପାଟଣା ସଦର ମହକୁମା ପ୍ରାୟ ୧୦୦ କିମି ଦୂର ହେଉଥିବା ରୁ ଦଳିତ ଓ ଆଦିବାସୀ ବହୁଳ ଅଞ୍ଚଳର ଲୋକ ନିଜ ମୈାଳିକ ଅଧିକାର ପାଇଁ ସରକାରୀ କାର୍ଯ୍ୟ ପାଇଁ ବଞ୍ଚିତ ରହୁଛନ୍ତି। ୧୯୯୪ ମସିହା ରୁ ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦାବିରେ ଆନ୍ଦୋଳନ ଜାରି ରହିଥିଲେ ଏନେଇ କୌଣସି ପଦକ୍ଷେପ ନିଆଯାଉଥିଲା । ଯାହାଫଳରେ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ଆନ୍ଦୋଳନ ବ୍ଲକ ସ୍ତରରୁ ଜିଲ୍ଲା ସ୍ତରୀୟ କରାଯାଇଛି। ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ଜଣାଇବା ପରେ ବି ଯଦି କୌଣସି ପଦକ୍ଷେପ ନିଆଯାଏନାହିଁ । ତେବେ ଆଗାମୀ ଶୀତକାଳୀନ ଅଧିବେଶନରେ ରାଜ୍ୟ ସ୍ତରରେ ଘେରାଉ କରାଯିବ ବୋଲି  ସମିତି ପକ୍ଷରୁ ସୁଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.