ବିଭିନ୍ନ ଦାବି ନେଇ ଜୀବନସାଥୀଙ୍କ ଆମରଣ ଅନଶନ, ପୂରଣ ନହେବା ଯାଏଁ ଆନ୍ଦୋଳନରୁ ନହଟିବା ପାଇଁ ନିଷ୍ପତ୍ତି

Published By : Prameya-News7 Bureau | December 10, 2020 IST

ଜଳେଶ୍ୱର ୧୦।୧୨: ତିନି ଦଫା ଦାବି ନେଇ ଜୀବନସାଥୀ ସଂଗଠନ ପକ୍ଷରୁ ଆମରଣ ଅନଶନ । ବାଲେଶ୍ୱର ଜିଲ୍ଲା ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ସନ୍ତୋଷପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଦୀର୍ଘ ଦଶବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଜଣେ ଡାକ୍ତର ଏଠାରେ ପୋଷ୍ଟିଂ ହୋଇପାରୁନାହାନ୍ତି । ଯାହାଦ୍ୱାରା ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରତ୍ୟେକ ଦିନ ଶତାଧିକ ରୋଗୀ ଆସୁଥିବା ବେଳେ ଡ଼ାକ୍ତର ନଥିବାରୁ ନିରାଶ ହୋଇ ଫେରିବାକୁ ପଡ଼ୁଛି । ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ସେବା ସହିତ କୈାଣସି ମୈ।ଳିକ ସୁବିଧା ମଧ୍ୟ ମିଳିପାରୁ ନାହିଁ।  ଏପରି ସବୁ ସମସ୍ୟାକୁ ନେଇ  ଜୀବନସାଥୀ ସଂଗଠନ ପକ୍ଷରୁ ଆମରଣ ଅନଶନ ଦେଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.