IFFCO ଆଗରେ ବିକ୍ଷୋଭ: ପରିବହନ ଅନୁମତି ନେଇ ତେଜିଛି ବିବାଦ, ପାରାଦୀପ ଟ୍ରକ ମାଲିକ ସଙ୍ଘର ପ୍ରତିବାଦ

Published By : Prameya-News7 Bureau | September 12, 2020 IST

ପାରାଦୀପ ୧୨।୦୯: ଇଫକୋ କମ୍ପାନୀରୁ ଜିପସମ୍ ପରିବହନକୁ ନେଇ ଦେଖା ଦେଇଥିବା ବିବାଦ ତୀବ୍ର ରୂପ ନେଇଛି। ଏକ ନିର୍ଦ୍ଦିଷ୍ଟ ଠିକାସଂସ୍ଥା ନିରାକାର କନଷ୍ଟ୍ରକସନ୍ କୁ ଇଫକୋ କମ୍ପାନୀ ପରିବହନ ଅନୁମତି ଦେବା ପରେ ବିବାଦ ଉପୁଜିଛି ।

{"id":328441,"sizeSlug":"large"}

ଦୀର୍ଘବର୍ଷ ଧରି ତିନୋଟି ଟ୍ରକ ମାଲିକ ସଂଘର ପ୍ରାୟ ୫ହଜାରରୁ ଉର୍ଦ୍ଧ୍ବ ମାଲିକ ପାରାଦୀପରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରୁ ପରିବହନ କରି ଆସୁଛନ୍ତି। ତେବେ ଇଫକୋ କମ୍ପାନୀ ସିଧାସଳଖ ଠିକାସଂସ୍ଥାକୁ ପରିବହନ କାର୍ଯ୍ୟରେ ନିୟୋଜିତ କରିବା ପରେ ଆନ୍ଦୋଳନ ତେଜିଛି। ଏନେଇ ପ୍ରଶାସନିକ ସ୍ତରରେ ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରି ନଥିଲା।

{"id":328442,"sizeSlug":"large"}

 ଯାହା ଫଳରେ କାଲି ରାତି ଠାରୁ ଇଫକୋରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଉଥିବା ସାର ପରିବହନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି । ଇଫକୋ ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଛି । ଖୁବଶୀଘ୍ର ପ୍ରଶାସନ କୌଣସି ନିର୍ଯ୍ୟାସ ନକଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଟ୍ରକ ମାଲିକ ସଂଘ ଚେତାବନୀ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.