ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତକୁ ନେଇ ମେଡିକାଲ ଆଗରେ ଗଣଧାରଣା

Published By : Prameya-News7 Bureau | August 25, 2019 IST

ବଡମ୍ବା ୨୫|୮:  କଟକ ଜିଲ୍ଲା ବଡମ୍ବା ମେଡିକାଲରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ନେଇ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ମେଡିକାଲ ଆଗରେ ଗଣଧାରଣା ଦିଆଯାଇଛି । ମେଡିକାଲରେ ନିରାମୟ ସେବା ମିଳୁନାହିଁ । ୬ ଜଣ ଡାକ୍ତରଙ୍କ ମଧ୍ୟରୁ ୪ ଜଣ ଡାକ୍ତର ପାଳିକରି ମେଡିକାଲକୁ ଆସୁଛନ୍ତି । ମେଡିକାଲ ପରିବେଶ ଅସ୍ବାସ୍ଥ୍ୟକର ପରିବେଶ ହୋଇପଡୁଥିବା ଯୋଗୁଁ ରୋଗୀଙ୍କୁ ଡାକ୍ତରମାନେ ଚିକିତ୍ସା ନକରି କଟକ ସ୍ଥାନାନ୍ତର କରୁଛନ୍ତି । ପ୍ରାୟ ୭୦ ହଜାର ଜନସାଧାରଣ ଏହି ମେଡିକାଲ ଉପରେ ନିର୍ଭର କରୁଥିବା ବେଳେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏହାର ପ୍ରତିବାଦରେ ଆଜିଠାରୁ ଯୁବନେତା ଚିନ୍ମୟ ପଟ୍ଟନାୟକଙ୍କ ନେତୃତ୍ବରେ ସ୍ଥାନୀୟ ଜନସାଧାରଣ ମେଡିକାଲ ଆଗରେ ଗଣଧାରଣା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.