ଦିଗପହଣ୍ଡି: ଧର୍ମଘଟକୁ ସଫଳ କରିବା ଲାଗି ମିଳିତ କନ୍‌ଭେନସନ‌

Published By : Prameya-News7 Bureau | November 17, 2020 IST

ଦିଗପହଣ୍ଡି୧୭/୧୧: ସର୍ବଭାରତୀୟ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ସମୂହ ପକ୍ଷରୁ ବିଭିନ୍ନ ଦାବି ନେଇ ଆସନ୍ତା ୨୬ ତାରିଖ ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବା ନିମନ୍ତେ ମଙ୍ଗଳବାର ଦିଗପହଣ୍ଡି ଠାରେ କଂଗ୍ରେସ - ସିପିଆଇ - ସିପିଆଇ(ଏମ୍) ପାର୍ଟି ପକ୍ଷରୁ ମିଳିତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ  ପି. ଏଚ. ଡ଼ି. ରୋଡ଼ ସ୍ଥିତ ସିପିଆଇ (ଏମ୍) ପାର୍ଟି କାର୍ଯ୍ୟାଳୟ ଠାରେ କଂଗ୍ରେସ ସମର୍ଥିତ ଶ୍ରମିକ ସଙ୍ଗଠନ ଆଇ ଏନ୍ ଟି ୟୁ ସି ପକ୍ଷରୁ ପୂର୍ବତନ ଏନ୍ ଏ ସି ଅଧ୍ୟକ୍ଷ  ପ୍ରଫୁଲ ପଣ୍ଡା, ସିପିଆଇ ସମର୍ଥିତ ଶ୍ରମିକ ସଙ୍ଗଠନ, ଏଆଇଟିୟୁସିର ଗଞ୍ଜାମ ଜିଲ୍ଲା ସମ୍ପାଦକ ଅଳକ ନାଥ ମିଶ୍ର, ସି ପି ଆଇ (ଏମ୍) ସମର୍ଥିତ ଶ୍ରମିକ ସଙ୍ଗଠନ ସି ଆଇଟିୟୁର ଅଶ୍ୱିନୀ କୁମାର ଦାସଙ୍କ ମିଳିତ ସଭାପତିତ୍ବରେ ଆୟୋଜିତ ହୋଇଛି।

କନଭେନସନରେ ସିପିଆଇ(ଏମ୍) ଗଞ୍ଜାମ ଜିଲ୍ଲା କମିଟି  ସମ୍ପାଦକ କୈଳାଶ ଷଡ଼ଙ୍ଗୀ, ଆଇନଜୀବୀ କୁରେଶୁ ପଣ୍ଡା ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କ ଚାଷୀ ଓ ଶ୍ରମିକ ମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ। ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ପ୍ରତ୍ୟାହାର କରାଯିବା। ଚାଷୀ ବିରୋଧୀ ନୂତନ କୃଷି ଆଇନକୁ ବାତିଲ କରାଯିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.