ସ୍କୁଲ ବନ୍ଦ ପ୍ରତିବାଦକୁ ନେଇ ନିଆରା ଢଙ୍ଗରେ ଆନ୍ଦୋଳନ, ହାତରେ ଅଣ୍ଡା ଓ ଚାଉଳ ଧରି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା

Published By : Prameya-News7 Bureau | January 05, 2021 IST

ବଲାଙ୍ଗୀର ୦୫।୦୧:  ସ୍କୁଲ ବନ୍ଦ ପ୍ରତିବାଦକୁ ନେଇ ନିଆରା ଢଙ୍ଗରେ ଆନ୍ଦୋଳନ । ହାତରେ ଅଣ୍ଡା ଓ ଚାଉଳ ଧରି ବଲାଙ୍ଗୀର ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି କୁନି କୁନି ଛାତ୍ର ଛାତ୍ରୀ । ଜିଲ୍ଲାରେ ବନ୍ଦ ହୋଇଯାଇଥିବା ସ୍କୁଲ କୁ ପୁଣି ଥରେ ଆରମ୍ଭ କରିବା ପାଇଁ ଦାବି କରିଛନ୍ତି ।

ଜିଲ୍ଲାରେ ଅନେକ ସ୍କୁଲ ବନ୍ଦ ହୋଇଯାଇଛି । ଯାହାକୁ ଖୋଲିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ସଂଘ । ଏପରିକି ଆଗରୁ ଅନେକ ଥର ଦାବି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ ଆଜି ହତାରେ ଅଣ୍ଡା ଓ ଚାଉଳ ଧରି ଜିଲ୍ଲାପାଳଙ୍କ ଅଫିସରେ  ସମ୍ମୁଖରେ ଧାରଣା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.