ଅପହୃତା ନାବାଳିକାକୁ ଉଦ୍ଧାର ଦାବିରେ ଆଜି ବୋରିଗୁମ୍ମା ବନ୍ଦ
17/09/2018 at 8:51 AM

କୋରାପୁଟ ୧୭|୯: ଆଜି ବୋରିଗୁମ୍ମା ବନ୍ଦ । ଅପହୄତା ନାବାଳିକାକୁ ତୁରନ୍ତ ଉଦ୍ଧାର ଦାବିରେ ବନ୍ଦ କରାଯାଇଛି। ବୋରିଗୁମ୍ମାର ବ୍ୟବସାୟିକ ସଙ୍ଘ, ବ୍ରାହ୍ମଣ ସମାଜ, ବିଶ୍ବ ହିନ୍ଦୁ ପରିଷଦ, ରାଷ୍ଟୀୟ ସ୍ବୟଂ ସେବକ ସଂଘ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରା ଯୋଗୁଁ ଦୋକାନ ବଜାର ବନ୍ଦ ଥିବା ବେଳେ ଗାଡି ଚଳାଚଳ ସ୍ଵଭାବିକ ରହିଛି।
ସୂଚନା ଅନୁସାରେ ଗତ୧୩ ତାରିଖ ଦିନ ବୋରିଗୁମ୍ମାର ଜଣେ ନାବାଳିକାକୁ ଜଣେ ଯୁବକ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଛି। ମାତ୍ର ଘଟଣାକୁ ୫ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ନାବାଳିକାକୁ ଉଦ୍ଧାର କରିପାରିନାହିଁ।ଫଳରେ ଏହାର ପ୍ରତିବାଦରେ ଗତକାଲି ସ୍ଥାନୀୟ ଜନସାଧାରଣ ଏବଂ ପରିବାର ବର୍ଗ ରାଜରାସ୍ତା ରେ ନୀରବ ପ୍ରତିବାଦ ଜଣାଇଥିଲେ ।ସେପଟେ ଘଟଣା ସ୍ଥଳକୁ ଜୟପୁର ଏସଡିପିଓ ପ୍ରତ୍ୟୁଷ ଦିବାକର ଆସି ଆଲୋଚନା କରି ଫେରିଥିବାବେଳେ ଧାରଣ ଜାରି ରହିଥିଲା। ତିନି ଜଣଙ୍କ ସହାୟତାରେ ନାବାଳିକା ଅପହୃତ ହୋଇଥିବା ପରିବାର ଲୋକ ସନ୍ଦେହ କରିଥିବା ବେଳେ ପୋଲିସ ସେମାଙ୍କୁ ଡାକି ପଚରାଉଚରା ଜାରି ରଖିଥିବା ଜଣାପଡିଛି ।