ବାଲି ସାଇରାତ ନିଲାମ ରଦ୍ଦ ଦାବିରେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଗଣଧାରଣା, ସମର୍ଥନ ଦେଲେ ବଜେପି ଓ କଂଗ୍ରେସ

Published By : Prameya-News7 Bureau | July 01, 2021 IST

ଭଦ୍ରକ ୧।୭: ବୈତରଣୀ ନଦୀର ବାମ ପାର୍ଶ୍ଵ ନଦୀ ବନ୍ଧ ଓ ବାଲିପୋଖରୀ ଏସକେପର ସୁରକ୍ଷା ସହ ଜଗନ୍ନାଥପ୍ରସାଦ ବାଲି ସାଇରାତର ଲିଜ୍ ବାତିଲ ଦାବିରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟିର ଗଣଧାରଣା । ଗଣଧାରଣାକୁ ସମର୍ଥନ ଦେଲେ ବଜେପି ଓ କଂଗ୍ରେସ ।

{"id":474053,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭାଣ୍ଡରିପୋଖରୀ ତହସିଲ ସମ୍ମୁଖ ବାଲିପୋଖରୀ ସହ ଅନ୍ୟ ନିକଟବର୍ତ୍ତି  ପଞ୍ଚାୟତର ବାସିନ୍ଦାମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦେଇଛନ୍ତି । ତେବେ ବୈତରଣୀ ନଦୀର ବାମ ପାର୍ଶ୍ଵରେ ଥିବା ନଦୀ ବନ୍ଧର ସୁରକ୍ଷା ପାଇଁ ଆଖୁଆପଦା ଡିଭିଜନ ତରଫରୁ ବେଆଇନ ବାଲି ଉଠାଣକୁ ବନ୍ଦ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ପରେ ସର୍ବସାଧାରଣର ସ୍ବାର୍ଥକୁ ଦୃଷ୍ଟି ନଦେଇ ଭାଣ୍ଡରିପୋଖରୀ ତହସିଲ ତରଫରୁ ଜଗନ୍ନାଥପ୍ରସାଦ ବାଲି ସାଇରାତକୁ ଲିଜ୍ ଦିଆଯାଇଛି ।

ତେବେ ଏହି ବାଲି ସାଇରାତକୁ ଲିଜ୍ ଦେବା ଫଳରେ ଭାଣ୍ଡରିପୋଖରୀ ବ୍ଲକର ୧୦ରୁ ଅଧିକ ପଞ୍ଚାୟତ ସହ ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକରେ ବନ୍ୟା ସମୟରେ ବ୍ୟାପକ କ୍ଷୟକ୍ଷତି ସହ ନଦୀ ବନ୍ଧ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେବେ ଏହି ବାଲି ସାଇରାତର ନିଲାମ ଦାବିରେ ସ୍ଥାନୀୟ ବାସିନ୍ଦାଙ୍କ ସହ ବଜେପି ଓ କଂଗ୍ରେସ ନେତୃତ୍ବ ଓ ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି  ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣାରେ ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.