ବାଇପାସ ରାସ୍ତା ନିର୍ମାଣ ଦାବିରେ ବଲାଙ୍ଗିରରେ ବନ୍ଦ ପାଳନ

Published By : Prameya-News7 Bureau | August 09, 2018 IST

ବଲାଙ୍ଗିର ୯/୮ : ବଲାଙ୍ଗିରରେ ତୁରନ୍ତ ବାଇପାସ ରାସ୍ତାର ନିର୍ମାଣ କରିବା ଦାବିରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲାର ବିଭିନ୍ନ ସଂଙ୍ଗଠନ, ବିଭିନ୍ନ କମିଟି, ଟ୍ରକ, ବସ, ଅଟୋ ସଂଘ ସହ ବାର ଆସୋସିଏସନର ସମସ୍ତ କମିଟି ଓ ସଙ୍ଗଠନ ମିଳିତ ଭାବରେ ଦାବି କରିବା ସହ ବନ୍ଦ ଡାକରା ଦେଇଛନ୍ତି । ତେବେ ଆଜି ଓ ଆସନ୍ତାକାଲି ସକାଳ ୬ ଟାରୁ ସଂଧ୍ୟା ୬ ଟା ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, କୋର୍ଟ କଚେରୀ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ସହ ଗାଡି ଚଳା ଚଳ ମଧ୍ୟ ବନ୍ଦ କରାଯାଇଛି । ଗତ କିଛି ଦିନ ମଧ୍ୟରେ ବଲାଙ୍ଗିର ଜିଲ୍ଳାରେ ବିଭିନ୍ନ ରାସ୍ତାରେ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ବାରମ୍ବାର ପ୍ରଶାସନ ଠାରୁ ସରକାରଙ୍କ ପାଖରେ ବାଇପାସ ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ କୌଣସି ସଫଳ ମିଳିନଥିଲା ।ତେବେ ଦୀର୍ଘ ବର୍ଷର ଦାବି ପୂରଣ ନ ହେବା ଯୋଗୁଁ ଏଭଳି ଦୃଢ ପଦକ୍ଷେପ ବଲାଙ୍ଗିର କ୍ରିୟାନୁଷ୍ଠାନ କମିଟି ନେଇଥିବା କହିଛି। ନଗର କଂଗ୍ରେସ ମଧ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇଛି ।ଆସନ୍ତାକାଲି ବଜରଙ୍ଗ ଦଳ ପକ୍ଷରୁ ମଧ୍ୟ ବନ୍ଦ ଡାକରା ଦିଆଯାଇଛି। ତେବେ ଯେତେ ଦିନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ବାଇପାସ ରାସ୍ତା ନିର୍ମାଣ କରାଯାଇନାହିଁ ଏଭଳି ଭାବରେ ବନ୍ଦ କରିବା ସହ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ବିଭିନ୍ନ କମିଟି ସହ ବିଭିନ୍ନ ସଂଙ୍ଗଠନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.