Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ

25/01/2021 at 7:24 AM

ଅନୁଗୁଳ ୨୫।୦୧: ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ ଆରମ୍ଭ। ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଆରମ୍ଭ ହୋଇଛି । ଯାହାଫଳରେ ତାଳଚେରର ସମସ୍ତ କୋଇଲା ଖଣି ଗୁଡିକରୁ ଟ୍ରେନ ଏବଂ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ରହିଛି।

ସେହିପରି ଲିଙ୍ଗରାଜ, ଭୁବନେଶ୍ଵରୀ, ଅନନ୍ତ, ଜଗନ୍ନାଥ, ବଳରାମ, ଭରତପୁର, ହିଙ୍ଗୁଳା ଏବଂ କଣିହାଁ କୋଇଲା ଖଣିରୁ ଉତ୍ପାଦନ ବନ୍ଦ ରହିଛି। ମୁଖ୍ୟତଃ TTPS ପ୍ଲାଣ୍ଟ କୁ ଚାଲୁରଖି ଏକକାଳୀନ ନୂତନ ପ୍ଲାଣ୍ଟ ନିର୍ମାଣ, ନବ ନିର୍ମିତ ତାଳଚେର ମେଡିକାଲ କଲେଜକୁ ତୁରନ୍ତ ଚାଲୁ କରି MBBS ରେ ନାମ ଲେଖାଇବା, ତାଳଚେର ଅନୁଗୁଳ ରେଳ ଲୁପ ଲାଇନ କୁ ତିଆରି କରିବାକୁ ଦାବି ହୋଇଛି ।

ଅନ୍ୟପଟେ ତାଳଚେର ପୁରୀ ପାସେଞ୍ଜର ଟ୍ରେନକୁ NTPC କଣିହାଁ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସହ ପ୍ରଦୂଷଣ ରୋକିବା ପାଇଁ ଟ୍ରେନ ଯୋଗେ କୋଇଲା ପରିବହନ ହେଉଥିବା ବଗି ଗୁଡିକରରେ ପାଲ ଭିଡ଼ିବା ସହ ବେକାରୀ ସମସ୍ୟା ଦୂର କରିବା ପାଇଁ ବ୍ୟାପକ ଅସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ । ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସୁରକ୍ଷା ମଞ୍ଚ ଆନ୍ଦୋଳନ ପକ୍ଷରୁ ଚେତାବନୀ ଦିଆଯାଇଛି।

   Related Posts