ସିଡିଏମ୍ଓଙ୍କ ଦୁର୍ବ୍ୟବହାରର ପ୍ରତିବାଦ, ସଫେଇ ଏବଂ ସୁରକ୍ଷା କର୍ମଚାରୀଙ୍କ ଆନ୍ଦୋଳନ

Published By : Prameya-News7 Bureau | June 28, 2020 IST

ଆନନ୍ଦପୁର ୨୮।୦୬ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଠାରେ ଆଜି ଠିକା ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମୀମାନେ କାର୍ଯ୍ୟ ବନ୍ଦ  ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗତକାଲି ସନ୍ଧ୍ୟାରେ କେନ୍ଦୁଝର ସିଡିଏମଓ ଅଶୋକ ଦାସଙ୍କ ଦୁର୍ବବ୍ୟହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

{"id":292790,"sizeSlug":"large"}

ଗତକାଲି ସଂଧ୍ୟାରେ କେନ୍ଦୁଝର ସିଡିଏମଓ ଆନନ୍ଦପୁର ଡାକ୍ତରଖାନା ପରିଦର୍ଶନରେ ଆସିଥିବା ସମୟରେ ସଫେଇ କର୍ମଚାରୀ ସହ ଆଲୋଚନା କରିଥିଲେ।  ଏହି ସମୟରେ କର୍ମଚାରୀ ମାନେ ବିଭିନ୍ନ ଅସୁବିଧାର ସମ୍ପର୍କରେ ଅବଗତ କରିବାକୁ ଚେଷ୍ଟା କରିଥିଲେ ।  ହେଲେ ସିଡିଏମଓ ଏଥିରେ ଉତ୍କିପ୍ତ ହୋଇ,  ତମେ ସବୁ ବେସିକଥା କୁହନା,  ତମେସବୁ ମୁଲିଆ ଶ୍ରେଣୀର ଲୋକ,  ବେସିକଥା  କଣ କହୁଛ ବୋଲି କର୍ମଚାରୀଙ୍କୁ କହିଥିଲେ । ତେବେ ସିଡିଏମଓ ଅଶୋକ ଦାସଙ୍କ ଏହି କଥାକୁ କେନ୍ଦ୍ରକରି ଆଜି କର୍ମଚାରୀ ମାନେ କାର୍ଯ୍ୟ ବନ୍ଦ କରିଛନ୍ତି ।  ଘଟଣାସ୍ଥଳରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ପହଞ୍ଚି ଆନ୍ଦୋଳନ ରତ କର୍ମଚାରୀ ଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ ଘଟଣାକୁ ଘୋର ନିନ୍ଦା କରିଛନ୍ତି । ଏହାସହ  ୭ଦିନ ମଧ୍ୟରେ ଏହାର ସମାଧାନ ଦାବି କରିଛନ୍ତି ବିଧାୟକ ଭାଗିରଥି ସେଠୀ । ସେପଟେ ଏହି ଘଟଣାକୁ ନେଇ ସିଡିଏମଓ ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.