ଯଦି ବିଧାନସଭା ଚାଲିବନି, ତାହେଲେ ବିଧାୟକ-ବିଧାୟିକା କାହିଁକି ନେବେ ଭତ୍ତା-ଦରମା ?

Published By : Prameya-News7 Bureau | December 09, 2021 IST

ଆନନ୍ଦପୁର ୦୯।୧୨: ଶୃଙ୍ଖଳିତ ବିଧାନସଭା ପରିଚାଳନା ଦାବିରେ ଧାରଣା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ଅଗ୍ରଣୀ ସାମାଜିକ ସଂସ୍ଥା ମା’ ଧନେଇ ସେବା ସଂଘ ପକ୍ଷରୁ ବାରିଗାଁ ଧନେଇପୀଠ ନିକଟରେ ଗଣଧାରଣା ବସିଛନ୍ତି ।

wp:html /wp:html

ଖବର ଅନୁଯାୟୀ, ବିଭିନ୍ନ ପ୍ରସଙ୍ଗରେ ଗତ ୭ଦିନ ହେଲା ଚାଲିପାରୁନି ବିଧାନସଭା । ଏପିରିକି ଗୃହରେ ସଦସ୍ୟମାନେ ଲୋକଙ୍କ ମୂଳ ସମସ୍ୟାକୁ ଭୁଲି ଅଜଥାରେ ହଟଗୋଳ କରୁଛନ୍ତି । ଯେଉଁଥିଲାଗି  ବିଧାନସଭାରେ ପ୍ରକୃତ ସମସ୍ୟାର  ଆଲୋଚନା ହୋଇପାରୁନାହିଁ । ଏନେଇ ଧନେଇ ସେବା ସଙ୍ଘ ପକ୍ଷରୁ ରାଜ୍ୟପାଳଙ୍କୁ ପତ୍ର ମାଧ୍ୟମରେ ଗୃହର ସମସ୍ତ ସଦସ୍ୟଙ୍କ ସରକାରୀ ଭତ୍ତା ଓ ସୁବିଧା ସୁଯୋଗକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.