Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଜୋର୍ ଧରିଲା ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି : ଆଜିଠୁ ସମ୍ବଲପୁର ସମେତ ୯ଜିଲ୍ଲାରେ ୩ ଦିନିଆ ବନ୍ଦ ପାଳନ

26/09/2019 at 11:11 AM

ସମ୍ବଲପୁର ୨୬।୯: ସମ୍ବଲପୁରରେ ଜୋର ଧରିଲା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି । ଆଜିଠାରୁ ୩ ଦିନିଆ ବନ୍ଦ ପାଳନ କରୁଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଓ ପଶ୍ଚିମ ଓଡିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ, ରାଜ୍ୟ ସରକାରଙ୍କ ନୀରବତା ପ୍ରତିବାଦରେ ବନ୍ଦ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ୩ ଦିନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ସହିତ, ବ୍ୟାଙ୍କ, ବୀମା ପୋଷ୍ଟ ଅଫିସ୍ ବନ୍ଦ କରାଯିବା ସହ, ସମସ୍ତ କୋର୍ଟକୁ ଅଚଳ କରିବ ଓକିଲ ସଂଘ ।

ପଶ୍ଚିମ ଓଡିଶା ନାଗରିକ କମିଟି, ସମ୍ବଲପୁର ନାଗରିକ ପରିଷଦ ସହ, ୨ଶହରୁ ଅଧିକ ସଂଗଠନ ଏହି ବନ୍ଦରେ ସାମିଲ୍ ହେବାକୁ ସମ୍ମତି ଜଣାଇଥିବା କହିଛି ସିଏସି । ବନ୍ଦ ସମୟରେ, ଦୋକାନ ବଜାର, ଗାଡିଚଳାଚଳ ଓ ସମସ୍ତ ଶିକ୍ଷାନୁଷ୍ଠାନ ସ୍ବାଭାବିକ ରହିବ ବୋଲି ସିଏସି କହିଛି । ରାଜ୍ୟ ସରକାର ପଶ୍ଚିମ ଓଡିଶାର ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା କରିବାକୁ ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ, ସେ ନେଇ କୌଣସି ଠୋସ୍  ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ପୂର୍ବରୁ ସିଏସି ଓ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୬ମାସ ଧରି ସମସ୍ତ ସରକାରୀ କାର୍ଯ୍ୟାଳୟ ଅଚଳ କରିବା ସହ, ଅର୍ଥନୈତକ ଅବରୋଧ କରିଥିଲା ।

   Related Posts