ଶ୍ରମିକଙ୍କ ଧାରଣା ୨ୟ ଦିନରେ, ଦାବି ପୂରଣ ନହେବା ଯାଏଁ ଜାରି ରହିବ ଆନ୍ଦୋଳନ

Published By : Prameya-News7 Bureau | April 05, 2021 IST

ସାଲେପୁର ୦୫।୦୪:  ଶ୍ରମିକଙ୍କ ଧାରଣା ୨ୟ ଦିନରେ । ରାଜ୍ୟ ସରକାରଙ୍କ ନିଶ୍ଚିତ ଘରୋଇ ଉଦ୍ୟୋଗ ଗୋଦାମ ଗୃହର ମୁଖ୍ୟ ଫାଟକ ନିକଟରେ ଧାରଣା ଜାରି ରହିଛି । ଶ୍ରମିକମାନେ ସଠିକ୍‌ ପାରିଶ୍ରମିକ ଦାବିରେ ଧାରଣା ଜାରି ରଖିଛନ୍ତି ଶ୍ରମିକ ।

ଖବର ଅନୁଯାୟୀ, କଟକ ଜିଲ୍ଲା ସାଲେପୁର ବ୍ଳକ କଟରପା ସ୍ଥିତ ରାଜ୍ୟ ସରକାରଙ୍କ ନିଶ୍ଚିତ ଘରୋଇ ଉଦ୍ୟୋଗ ଉଚ୍ଚ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଉଛନ୍ତି ଶ୍ରମିକ। ଦୀର୍ଘ ୪ବର୍ଷ ଧରି ଶ୍ରମିକମାନେ ସଠିକ ଶ୍ରମ ନପାଉଥିବା ଅଭିଯୋଗ ଆଣିଛନ୍ତି । ମାସକୁ ମାତ୍ର ୫ରୁ ୬ହଜାର ଲେଖାଏଁ ଶ୍ରମ ଅର୍ଥ ପ୍ରଦାନ କରି ଗୋଦାମ ମାଲିକ ଶ୍ରମିକଙ୍କ ନାଁରେ ୧୩ହଜାରକୁ ଅଧିକ ଟଙ୍କାର ବିଲ୍‌ କରାଇନେଉଛନ୍ତି ବୋଲି ଅଭିଯୋଗ ହୋଇଛି । ଏ ସମ୍ବଳିତ ଏକ କାଗଜପତ୍ର ପାଇବା ପରେ ସେମାନ ବକେୟା ପ୍ରାପ୍ୟର ତଦନ୍ତ ଓ ଶ୍ରମ ରାଶି ଅନଲାଇନ୍‌ ମାଧ୍ୟମରେ ପ୍ରଦାନ ପାଇଁ ଦାବି କରିଛନ୍ତି । ଏନେଇ ବାରମ୍ବାର ଜିଲ୍ଲାପାଳ , ମୁଖ୍ୟମନ୍ତ୍ରୀ, ଯୋଗାଣ ବିଭାଗ ଓ ସ୍ଥାନୀୟ ପୋଲିସକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ ଶ୍ରମିକମାନେ ଧାରଣାରେ ବସିଛନ୍ତି । ଯେପର୍ଯ୍ୟନ୍ତ ଦାବି ପୂରଣ ନହେବ, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରମିକମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.