Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ମନ୍ଦିର ଖୋଲିବ କେବେ ? ସାରା ଦେଶରେ ମନ୍ଦିର-ମସଜିଦ-ଗିର୍ଜା ଖୋଲିଥିବା ବେଳେ ଓଡ଼ିଶାରେ ବନ୍ଦ, ଘଣ୍ଟ ବାଡେଇ ପ୍ରତିବାଦ କଲା ଓଡ଼ିଶା ମନ୍ଦିର ସେବାୟତ ସଂଘ

16/11/2020 at 7:59 AM

ପୁରୀ/ଭୁବନେଶ୍ୱର : ରାଜ୍ୟରେ ମନ୍ଦିର ଖୋଲିବା ପାଇଁ ଦାବି ବଢ଼ିବାରେ ଲାଗିଛି। ଏନେଇ ପୁରୀରେ ଘଣ୍ଟା ବାଡ଼େଇ ପ୍ରତିବାଦ କରିଛି ଓଡ଼ିଶା ମନ୍ଦିର ସେବାୟତ ସଂଘ । ସାରା ଦେଶରେ ମନ୍ଦିର ମସଜିଦ ଗିର୍ଜା ଖୋଲିଥିବା ବେଳେ ଓଡ଼ିଶାରେ ବନ୍ଦ ରହିଛି। ସାମାଜିକ ଦୂରତ୍ବ ରଖି ମନ୍ଦିର ଖୋଲିବା ପାଇଁ ଦାବି ହୋଇଛି।

ମଲ୍ ଖୋଲିଛି, ଷ୍ଟଲ ଖୋଲିଛି, ରାଲି ହେଉଛି, ବାର ରେଷ୍ଟୁରାଣ୍ଟ ବି ଚାଲୁଛି। ସବୁଠି ସାମାଜିକ ଦୂରତ୍ବ ରକ୍ଷା କରାଯାଇପାରୁଛି, କେବଳ ମନ୍ଦିର ମସଜିଦ୍ ଗିର୍ଜାରେ ସାମାଜିକ ଦୂରତ୍ବ ରକ୍ଷାର ଭୟ। ଘଣ୍ଟ ବାଡ଼େଇ ବାଡ଼େଇ ଘଣ୍ଟ ଫାଟିଗଲାଣି କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁନି, ଦିଅଁଙ୍କ ଦର୍ଶନ ମିଳୁନି। ଏମିତି କିଛି କ୍ଷୋଭ ଭରା କଣ୍ଠରେ ଶ୍ରଦ୍ଧାଳୁ ସରକାରଙ୍କୁ ଜଣାଉଛନ୍ତି ନିଜର ଆବେଗ। ଆଜି ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ବାର ସାମ୍ନାରେ ଘଣ୍ଟ ପିଟି ପ୍ରତିବାଦ କରାଯାଇଛି। ରାଜ୍ୟରେ ମନ୍ଦିର ଖୋଲିବା ଲାଗି ଦାବି କରିଛନ୍ତି। ଏହାସହ ସେବାୟତଙ୍କୁ କୋଭିଡ଼ ସହାୟତା ଦେବା ପାଇଁ ମଧ୍ୟ ଦାବି କରିଛି ସେବାୟତ ସଂଘ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସମେତ ରାଜ୍ୟର ବିଭିନ୍ନ ମନ୍ଦିର ଆଗରେ ଅନୁରୂପ ଭାବେ ସଂଘ ପକ୍ଷରୁ ଘଣ୍ଟ ଘଣ୍ଟି ବଜାଇ ପ୍ରତିବାଦ କରାଯାଇଛି।

ରାଜ୍ୟରେ ମନ୍ଦିର ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇପାରିବେ। ଏମିତି କିଛି ନଭେମ୍ବର ଗାଇଡଲାଇନରେ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ଗୋଟିଏ ପଟେ କାର୍ତ୍ତିକ ମାସରେ ଭକ୍ତ ଭଗବାନଙ୍କ ଦର୍ଶନ ପାଇଁ ବ୍ୟାକୁଳ ହେଉଛି, ହେଲେ ଗାଁ ଗହଳିର ମନ୍ଦିରଠାରୁ ଐତିହ୍ୟ ସଂପନ୍ନ ମନ୍ଦିର ସବୁଥିରେ ତାଲା ପଡ଼ିଛି। ନାଗାର୍ଜୁନ ବେଶ ଏବଂ ପଞ୍ଚୁକରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ଭୟରେ ଶ୍ରୀମନ୍ଦିରରେ ପ୍ରବେଶ କଟକଣାକୁ ବଳବତ୍ତର ରଖିଛନ୍ତି ସରକାର। ହେଲେ ରାଜ୍ୟର ଅନ୍ୟ ସବୁ ମନ୍ଦିର ମସଜିଦ ଗିର୍ଜା ଯେଉଁଠାରେ ସାମାଜିକ ଦୂରତ୍ବ ରକ୍ଷା କରିବା କଷ୍ଟକର ହେବନି । ହେଲେ ସେଠାରେ କାହିଁକି ମନ୍ଦିର ଖୋଲୁନି ସେନେଇ ଅନେକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। କରୋନା କଟକଣା ସହିତ ନିର୍ଦ୍ଦିଷ୍ଟ କିଛି ସଂଖ୍ୟାର ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବାକୁ ଦାବି କରିଛନ୍ତି।

 ଦେଶର ଅନ୍ୟଭାଗରେ ଅକ୍ଟୋବର ମାସରୁ ମନ୍ଦିର ଖୋଲିଲାଣି। ତିରୁମାଲା ତିରୁପତି ମନ୍ଦିର ସେପ୍ଟେମ୍ବରରୁ ଖୋଲିଲାଣି, ଦିଲ୍ଲୀରେ କରୋନା ଥିବା ସତ୍ତ୍ବେ ସେଠାରେ ମନ୍ଦିର ଖୋଲାରହିଛି। ମଥୁରା, ଅକ୍ଷରଧାମ, ସାବରିମାଲା, ବୈଷ୍ଣୋଦେବୀ ଖୋଲିସାରିଲାଣି। ସେଠାରେ ମଧ୍ୟ କରୋନା କଟକଣା ପାଳନ କରାଯାଉଛି। ମହାରାଷ୍ଟ୍ରରେ ମନ୍ଦିର ଖୋଲିବାକୁ ଯାଉଥିବା ବେଳେ ସେଠାରେ କରୋନା ପାଇଁ କଟକଣା ବାଧ୍ୟତାମୂଳକ କରାଯାଇଛି। ଘଣ୍ଟାକୁ ୧୦୦ ଦର୍ଶକଙ୍କୁ ମନ୍ଦିର ଯିବା ପାଇଁ ଅନୁମତି ଦିଆଯିବ। ଅନୁରୂପ ଭାବେ ଓଡ଼ିଶାରେ ମନ୍ଦିର ଖୋଲିବାକୁ ଦାବି ହୋଇଛି।

   Related Posts