ବନ୍ୟା ସମସ୍ୟାର ସମାଧାନ ଓ କ୍ଷତିପୂରଣ ଦାବିରେ ଗଣ ସତ୍ୟାଗ୍ରହ, କ୍ଷତିଗ୍ରସ୍ତଙ୍କୁ ଏକର ପିଛା ୧୫ ହଜାର ଟଙ୍କା ଦେବାକୁ ଦାବି

Published By : Prameya-News7 Bureau | September 14, 2020 IST

ଭଦ୍ରକ, ୧୪|୦୯ :  ବନ୍ୟା ସମସ୍ୟାର ସ୍ଥାୟୀ ପ୍ରତିକାର ଓ ପରେ ଚାଷୀଙ୍କ ପାଇଁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଗଣ ସତ୍ୟାଗ୍ରହ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ କଣ୍ଟିଘାଇଠାରେ ଗଣ ସତ୍ୟାଗ୍ରହ କରିଛି ନବନିର୍ମାଣ କୃଷକ ସଙ୍ଗଠନ । ଏହି ଗଣସତ୍ୟାଗ୍ରହରେ ବହୁ ସଂଖ୍ୟାରେ ବନ୍ୟା ବିପନ୍ନ ଯୋଗ ଦେଇଥିଲେ ।

ବୈତରଣୀ ନଦୀରେ ବନ୍ୟା ଆସିଲେ ଭଣ୍ଡାରିପୋଖରୀ , ଧାମନଗର , ତିହିଡି ଓ ଚାନ୍ଦବାଲି ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଥାଏ । ଜିଲ୍ଲାରେ କଣ୍ଟିଘାଇକୁ ମିଶାଇ ପ୍ରାୟ ୭ଟି ଏସକେପ ଓ ଘାଇ ରହିଛି । ଏହି ଏସକେପ ଓ ଘାଇ ଦେଇ ବନ୍ୟାଜଳ ଚାଷଜମି ଓ ଜନବସତିକୁ ପ୍ରବେଶ କରିଥାଏ । ଚଳିତବର୍ଷ ବନ୍ୟାରେ ମଧ୍ୟ ବହୁ ଚାଷ ଜମି ପ୍ରଭାବିତ ହୋଇଛି । ଲୋକେ ବାସହରା ହୋଇଛନ୍ତି । ନବନିର୍ମାଣ କୃଷକ ସଙ୍ଗଠନ ଏହି ଘାଇ ଗୁଡିକର ସ୍ଥାୟୀ ମରାମତି ସହ ଉଚ୍ଚତା ବୃଦ୍ଧି ପାଇଁ ଦାବି କରିଛି । ଆଗାମୀ ଦିନ ରେ ବ୍ୟାପକ ଆନ୍ଦୋଳନର ଚେତାବନୀ ମଧ୍ୟ ଦେଇଛି ।

ରାଜ୍ୟ ସରକାରଙ୍କ ଦ୍ଵାରା କ୍ଷତିପୂରଣ ବାବଦକୁ ମିଳୁଥିବା ଟଙ୍କା ପର୍ଯ୍ୟାପ୍ତ ନୁହେଁ ବୋଲି ସଂଗଠନ କହିଛି । ତେବେ ଏକର ପିଛା ୧୫ ହଜାର ଟଙ୍କା ସହାୟତା ଓ ଭାଗଚାଷୀଙ୍କୁ ୭ ହଜାର ଟଙ୍କାର କ୍ଷତିପୂରଣ ସହ ବୈତରଣୀ ନଦୀର ବାମ ପାର୍ଶ୍ଵକୁ କ୍ୟାପିଟାଲ ଏମ୍ବକମେଣ୍ଟ ଘୋଷଣା ପାଇଁ ଦାବି କରିଛି ସଙ୍ଗଠନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.