କ୍ୟାନସର ହସ୍ପିଟାଲ ସ୍ଥାପନ ଦାବିରେ ଗଣଧାରଣା
19/11/2019 at 4:44 PM

ବରଗଡ ୧୯।୧୧: କୃଷି ଓ ଶିଳ୍ପ ପ୍ରଧାନ ଜିଲ୍ଲା ବରଗଡରେ ପ୍ରତିବର୍ଷ ଶତଧିକ ଲୋକ ମାରାତ୍ମକ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ବେଳେ ବରଗଡରେ ଏକ କ୍ୟାନସର ହସ୍ପିଟାଲର ଆବଶ୍ୟକତା ରହିଛି । ବରଗଡ଼ରେ ୧୧୦ ଧାନ ମିଲ, ୬ ଟି ତେଲ ମିଲ୍ ସମେତ ସିମେଣ୍ଟ କାରଖାନା ଆଦି ରହିଛି । ଏଥିସହ ଚାଷ କାର୍ଯ୍ୟରେ ରାସାୟନିକ ସାରର ବହୁଳ ବ୍ୟବହାର ଏହାର କାରଣ ଦର୍ଶାଇ ୟୁଏଫସିଏଚବି ପକ୍ଷରୁ ଏହି ଗଣଧାରଣା ଦିଆଯାଇଛି । ଏଥିରେ ବହୁ ନାଗରିକ, ସମାଜସେବୀ, ବୁଦ୍ଧିଜୀବୀ, ସାହିତ୍ୟିକ, ସାମ୍ବାଦିକ ଆଦି ସାମିଲ ହୋଇଛନ୍ତି ।
Related Posts
ରକ୍ତ ପାଇଁ ଯେମିତି କାହାରି ଜୀବନ ନ ଯାଉ: ମନ୍ତ୍ରୀ ଟୁକୁନି ସାହୁ
28 February 2021
ବାରୁଣାବନ୍ତ ପାହାଡରେ ଲାଗିଲା ନିଆଁ, ବହୁ ମୂଲ୍ୟବାନ ଗଛ ଜଳିପୋଡି ପାଉଁଶ
28 February 2021