Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ମାଡ ମାରିଥିବା ହୋମ୍‌ଗାର୍ଡଙ୍କ ଗିରଫ ଦାବିରେ ପୋଲିସକୁ ଘେରିଲେ ଲୋକେ, ଘଟଣାସ୍ଥଳରେ ଉତ୍ତେଜନା

27/09/2020 at 4:34 PM

ଫୁଲବାଣୀ ୨୭।୯: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ପିକଅପ ଭ୍ୟାନ୍ ଓ ସ୍କୁଟି ମଧ୍ୟରେ ଧକ୍କା ଘଟଣାକୁ କେନ୍ଦ୍ରକରି ୩ ଦିନ ହେଲା ଉତ୍ତେଜନା ଲାଗି ରହିଛି । ଆନ୍ଦୋଳନକାରୀ ଗ୍ରାମବାସୀ ପୋଲିସ ଅଧିକାରୀଙ୍କ ଗାଡିକୁ ଅଟକାଇଛନ୍ତି । ଦାରିଙ୍ଗବାଡି ବଜାର ବନ୍ଦ କରିବା ସହ ଧାରଣା ଦେଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

ସୂଚନା ଅନୁସାରେ ଗତ ୨୨ ତାରିଖରେ ବରଜୁବାଡି ଗାଁର ପ୍ରଶାନ୍ତ ପ୍ରଧାନ ପିକଅପ ଭ୍ୟାନ୍ ଚଳାଇ ଆସୁଥିବା ବେଳେ ଦାରିଙ୍ଗବାଡି ଥାନାରେ ହୋମଗାର୍ଡ ରତ୍ନାକର ନାୟକଙ୍କ ସ୍କୁଟି ସହ ଧକ୍କା ହୋଇଯାଇଥିଲା । ଫଳରେ ହୋମଗାର୍ଡ ଜଣଙ୍କ ରାଗି ଯାଇ ପ୍ରଶାନ୍ତଙ୍କୁ ନିସ୍ତୁକ ପିଟିଥିଲେ । ପ୍ରଶାନ୍ତଙ୍କୁ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣା ପରେ ସ୍ଥାନୀୟ ଗାଁ ଲୋକ ଏକଜୁଟ ହୋଇ ଗତ ୨୫ ତାରିଖରୁ ଦାରିଙ୍ଗବାଡିଠାରେ ରାଜରାସ୍ତା ଅବରୋଧ କରିଛନ୍ତି । ସଂପୃକ୍ତ ହୋମଗାର୍ଡଙ୍କୁ ଗିରଫ କରିବା ଦାବି ନେଇ ଆନ୍ଦୋଳନ ଜାରି ରହିଛି ।

ତେବେ ପୋଲିସ ହୋମଗାର୍ଡଙ୍କୁ ଗିରଫ କରିଥିଲେ ମଧ୍ୟ ଆନ୍ଦୋଳନକାରୀଙ୍କ ସମ୍ମୁଖରେ ଗିରଫ ଅବସ୍ଥାରେ ତାଙ୍କୁ ଅଣାଯାଉ ବୋଲି ଉତ୍ତ୍ୟକ୍ତ ଲୋକେ ଅଡି ବସିଛନ୍ତି । ରବିବାର ଏହି ଆନ୍ଦୋଳନ ଆହୁରି ତୀବ୍ର ହୋଇଛି । ଆନ୍ଦୋଳନକାରୀ ଗ୍ରାମବାସୀ ପୋଲିସ ଅଧିକାରୀଙ୍କ ଗାଡ଼ିକୁ ଅଟକାଇଛନ୍ତି । ଦାରିଙ୍ଗବାଡି ବଜାର ବନ୍ଦ କରିବା ସହ ଧାରଣା ଦେଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ସେହି ରାସ୍ତା ଦେଇ ଗାଡି ଚଳାଚଳ ବ୍ୟାହତ ହୋଇଛି । ବାଲିଗୁଡା ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

   Related Posts