Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ତରଫରୁ ତୈଳବିଶୋଧନାଗାର ଫାଟକ ନିକଟରେ ଗଣଧାରଣା

15/11/2018 at 11:16 AM

ଜଗତସିଂହପୁର ୧୫/୧୧: ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ତରଫରୁ ତୈଳବିଶୋଧନାଗାର ଫାଟକ ନିକଟରେ ଗଣଧାରଣା ହୋଇଛି । ତୈଳବିଶୋଧନାଗାର ଅଧୀନରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ମାନଙ୍କ ଦରମା ଵୃଦ୍ଧି, ନିୟମିତ ମାସିକ ଦରମା ପ୍ରଦାନ , ଶ୍ରମିକଙ୍କୁ ସ୍ଵାସ୍ଥ୍ୟ ସେଵା ଓ ସେମାନଙ୍କ ପିଲାଙ୍କ ପାଇଁ ଶିକ୍ଷାର ଵ୍ୟଵସ୍ଥା କରିବା ଏହିଭଳି ଦଶ ଦଫା ଦାଵି ନେଇ ଗଣଧାରଣାରେ ବସିଛନ୍ତି । ଶ୍ରମିକ ନେତା ବାପି ସାର୍ଖେଲଙ୍କ  ନେତୄତ୍ବରେ ପ୍ରାୟ ଶତାଧିକ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେଵେ ଏହି ଶ୍ରମିକମାନେ ନିଜର ଦାଵି ନେଇ ପୂର୍ବରୁ ତୈଳବିଶୋଧନାଗାର ଫାଠକ ସମୁଖରେ ବାରମ୍ବାର ଧାରଣା ଦେଇ ଆସୁଥିଲେ ମଧ୍ୟ କମ୍ପାନୀ ପକ୍ଷରୁ କୌଣସି ଦୄଷ୍ଟି ଦିଆଯାଉନାହିଁ। ଶେଷରେ ଶ୍ରମିକମାନେ ଵାଧ୍ୟହୋଇ ଆଜି ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡିଛି । ତେଵେ ଯେପର୍ଯ୍ୟନ୍ତ ଶ୍ରମିକମାନଙ୍କ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଵୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି।

   Related Posts