Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଫେଲ୍ ମାରିଲା ପ୍ରଶାସନ ଆଲୋଚନା, ଜିଦରେ ଅଟଳ ଦର୍ଲିପାଲି ଗ୍ରାମବାସୀ : ଏମସିଏଲ ବିରୋଧରେ ଜାରି ରହିଛି ଆମରଣ ଅନଶନ

19/07/2021 at 10:48 AM

ଝାରସୁଗୁଡା ୧୯/୭ : ଏମସିଏଲ ବିରୋଧରେ ଦର୍ଲିପାଲିର ଗ୍ରାମବାସୀଙ୍କ ଆମରଣ ଅନଶନ ଜାରି ରହିଛି । ୪ ଅନଶନକାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ସେମାନଙ୍କୁ ଜିଲ୍ଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପ୍ରଶାସନର ହସ୍ତକ୍ଷେପରେ ପରେ ଏମାନଙ୍କୁ ଚିକିତ୍ସା କରାଯାଇଥିଲା । ଏବେ ପ୍ରତିଦିନ ଦୁଇ ଜଣ ଲେଖାଏଁ ରିଲେ ଅନଶନରେ ବସୁଛନ୍ତି । ଏହାରି ଭିତରେ ଅନଶନ ଓ ଧାରଣା ୨୩ ଦିନରେ ପହଞ୍ଚିଛି ।

ରବିବାର ଆଲୋଚନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ବିଫଳ ହୋଇ ଫେରିଛନ୍ତି । ଏମସିଏଲର କୋଇଲାଖଣି ସଂପ୍ରସାରଣ ସକାଶେ ବନହରପାଲି ଥାନା ଅନ୍ତର୍ଗତ ଦର୍ଲିପାଲି ଗାଁର ଚାଷଜମିକୁ ୪ ବର୍ଷ ତଳୁ ନିଜ ଅକ୍ତିଆରକୁ ନେବା ପରେ ବର୍ତ୍ତମାନ ବଞ୍ଚିଯାଇଥିବା ବାସସ୍ଥାନକୁ ଅକ୍ତିଆର କରିବାକୁ ଚାପ ପ୍ରୟୋଗ କରୁଛି ଏମସିଏଲ ।

୧୯୮୯ ମସିହାରେ ଏମସିଏଲ ପକ୍ଷରୁ ଲଖନପୁର ଖୋଲାମୁହଁ କୋଇଲାଖଣି ସକାଶେ ଦର୍ଲିପାଲି ଗ୍ରାମର ୨୭୫ ହେକ୍ଟର ଜମିକୁ ଅଧିଗ୍ରହଣ କରାଯାଇଥିଲା । କିନ୍ତୁ ଏମସିଏଲ ନିଜର ଆବଶ୍ୟକତା ନଥିବା ଦର୍ଶାଇ ଜମିକୁ ନିଜ ଅକ୍ତିଆରକୁ ନେଇ ନଥିଲା । କିନ୍ତୁ ଏହା ଭିତରେ ୩୨ ବର୍ଷ ବିତିଯାଇଥିବା ସତ୍ତ୍ଵେ ଏମସିଏଲ କର୍ତ୍ତୃପକ୍ଷ ସାଧାରଣ ଲୋକଙ୍କ ଜମିକୁ ଅଧିଗ୍ରହଣ କରି ସାରି ସେମାନଙ୍କ ଜମିର କ୍ଷତିପୂରଣ ଆଜି ପର୍ଯ୍ୟନ୍ତ ଦେଇ ପାରିନି ।

ଏପରିକି ସେମାନଙ୍କୁ ସରକାରଙ୍କ ବିସ୍ଥାପନ ଓ ଥଇଥାନ ନିତୀରେ ନିଯୁକ୍ତି ଦିଆଯାଇନି । ୨୦୧୭ ମସିହାରେ ଏମସିଏଲ କର୍ତ୍ତୃପକ୍ଷ ପୋଲିସ ର ନାଲି ଆଖି ଦେଖାଇ ଦର୍ଲିପାଲି ଗ୍ରାମରେ ଥିବା ସରକାରୀ ଜମିକୁ ନିଜ ଅକ୍ତିଆରକୁ ନେଇ କୋଇଲା ଖଣି ଖନନ କାର୍ଯ୍ୟ ଆରମ୍ଭ କରିଥିଲା । ଦର୍ଲିପାଲି ଗ୍ରାମର ୫୯ ହେକ୍ଟର ଜମିକୁ ନିଜ ଅକ୍ତିଆରକୁ ନେଇଥିଲା ଏମସିଏଲ ।

ଦର୍ଲିପାଲି ଗ୍ରାମର ବିସ୍ଥାପିତଙ୍କୁ ଜମିର ପ୍ରାପ୍ୟ ପ୍ରଦାନ ସହ ସେମାନଙ୍କ ପରିବାର ବର୍ଗଙ୍କୁ ଚାକିରୀ ପ୍ରଦାନ ପାଇଁ ଜିଲ୍ଲା ପାରିପାର୍ଶ୍ୱିକ ଉନ୍ନୟନ କମିଟି ବୈଠକର ନିଷ୍ପତ୍ତି ନିଆଯିବା ସତ୍ତ୍ୱେ ତାକୁ ମାନୁ ନାହିଁ ଏମସିଏଲ । ୩୨ ବର୍ଷ ମଧ୍ୟରେ ଏମସିଏଲ ଲୋକଙ୍କ ନ୍ୟାଯ୍ୟ ଦାବିକୁ ପୁରଣ କରିବାରେ ବିଫଳ ହୋଇଥିବା ବେଳେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତି ଅନୁସାରେ ଦର୍ଲିପାଲି ଲୋକଙ୍କ ସମସ୍ତ ଦାବି ପୁରଣ କରିବାକୁ ଗତ ଅପ୍ରେଲ ମାସରେ ଉତ୍ତରାଞ୍ଚଳ ରାଅଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଆରପିଡିଏସି ବୈଠକରେ ସାଂସଦ,ସ୍ଥାନୀୟ ବିଧାୟକ ଓ ବିସ୍ଥାପିତ ଲୋକଙ୍କ ସମ୍ମୁଖରେ ନିଷ୍ପତ୍ତି ନିଆଯାଇଥିଲା ।

ଏଥିପାଇଁ ୨୦୧୮ ମସିହାକୁ କଟ ଅଫ ଡେଟ୍ ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏମସିଏଲ ବୋର୍ଡ ଏହି ନିଷ୍ପତ୍ତିକୁ ଖାରଜ କରିବା ପରେ ରାଜ୍ୟ ସରକାରଙ୍କ ଆଇନକୁ ଖୋଲାଖୋଲି ଭାବେ ଅମାନ୍ୟ କରିବା ପ୍ରତିବାଦରେ ଦର୍ଲିପାଲିବାସୀ ଆନ୍ଦୋଳନ ଆରମ୍ଭ କରି ଦାବି ପୁରଣ ହେବା ପର୍ଯ୍ୟନ୍ତ ଚାଲିବ ବୋଲି କହିଛନ୍ତି ।

   Related Posts