Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଓଡ଼ିଶାକୁ ଘାରିଲା ଟ୍ରିପଲ ମ୍ୟୁଟାଣ୍ଟ ଚିନ୍ତା, ବିମାନବନ୍ଦର ଏବଂ ରେଲ୍‌ୱେ ଷ୍ଟେସନ୍‌ରେ ଯାଞ୍ଚ କଡ଼ାକଡ଼ି

25/04/2021 at 5:06 PM

ଭୁବନେଶ୍ୱର, ୨୫/୦୪: ଓଡ଼ିଶାକୁ ଟ୍ରିପିଲ ମ୍ୟୁଟାଣ୍ଟ ମୁକାବିଲା ଚିନ୍ତା ଘାରିଛି । ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ବିମାନ ବନ୍ଦର, ରେଳ ଷ୍ଟସନରେ ସ୍କ୍ରିନିଙ୍ଗ ବ୍ୟବସ୍ଥାକୁ ପୁର୍ବ ଅପେକ୍ଷା ଅଧିକ କଡାକଡି କରାଯାଇଛି ।

ବଙ୍ଗ ଫେରନ୍ତା ଓଡିଶା ଆସିଲେ ୧୪ ଦିନ ପରିବେର୍ତ୍ତ ଏଣିକି ୭ ଦିନ କ୍ବୋରେଣ୍ଟାଇନରେ ରହିବେ । ଏ ନେଇ ଏସଆରସିଙ୍କ ଗାଇଡଲାଇନ ପରେ ବିମାନବନ୍ଦରରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପଇଁ ସ୍କ୍ରିନିଙ୍ଗ ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । ବିମାନରେ ଆସୁଥିବା ଯାତ୍ରୀ ଏୟାର ଅପରେଟରଙ୍କୁ ଦେଇଥିବା ତଥ୍ୟ, ମୋବାଇଲ୍‌ ନମ୍ବର ସହ, ଯାତ୍ରୀ କେଉଁଠୁ ଆସିଲେ, କେଉଁଠିକୁ ଯାଉଛନ୍ତି ଓ କେଉଁଠି  ରହିବେ ତାର ସମସ୍ତ ଡାଟାବେସ ରଖାଯାଉଛି । ଯେମିତି କୌଣସି ଯାତ୍ରୀ ପ୍ରଶାସନକୁ ଠକି ନ ପାରନ୍ତି, ସେଥିପାଇଁ ମୋବାଇଲ ନମ୍ବର, ଠିକଣାର କ୍ରସ ଚେକିଙ୍ଗ  କରାଯାଉଥିବା କହିଛନ୍ତି ବିମାନ ବନ୍ଦର ପାସେଞ୍ଜର ସ୍କ୍ରିନିଙ୍ଗ ଦାୟିତ୍ୱରେ ଥିବା ବିଏମସିର ଆସିଷ୍ଟାଣ୍ଡ କମିଶନର ।

ଗତ ୨୪ ତାରିଖରେ  ଭୁବନେଶ୍ବର ବିମାନବନ୍ଦରରୁ  ଦେଶର ବିଭିନ୍ନ ସହରକୁ ୨୧ଟି ବିମାନ ଯାତାୟତ କରିଥିବା ବେଳେ ଦେଶର ବିଭିନ୍ନ ସହରକୁ ଭୁବନେଶ୍ବରକୁ ଆସିଛନ୍ତି  ୧୭୩୫ ଜଣ । ଭୁବନେଶ୍ବର ବିମାନବନ୍ଦରରୁ ବାରଟି ରାଜ୍ୟକୁ ବିମାନରେ ଯାଇଛନ୍ତି ୧୨୩୦ ଜଣ ବିମାନ ଯାତ୍ରୀ । ସଂକ୍ରମଣର ବୃଦ୍ଧି କାରଣରୁ ଚେନ୍ନାଇ, ମୁମ୍ବାଇ, ଦିଲ୍ଲୀ, ପାଟନା, କଲିକତା ଭାୟା ଝାରସୁଗୁଡା ଦେଇ ଭୁବନେଶ୍ବର ଆସୁଥିବା କିଛି ଫ୍ଲାଇଟ ମଧ୍ୟ ବାତିଲ୍‌ ହୋଇଛି ।

ଟ୍ରିପଲ ମ୍ୟୁଟାଣ୍ଟ ସଂକ୍ରମଣ ଭୟ କାରଣରୁ ଭୁବନେଶ୍ବର ରେଳ  ଷ୍ଟେସନରେ ମଧ୍ୟ ସ୍କ୍ରିନିଙ୍ଗ ବ୍ୟବସ୍ଥାକୁ କଡାକଡି କରାଯିବା ସହ ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ରେଜିଷ୍ଟ୍ରେସନ  ଡେସ୍କ ଖୋଲିଛି । ରେଳ ଷ୍ଟେସନ ପରିସରକୁ ବାରମ୍ବାର ସାନିଟାଇଜ୍ ଏବଂ ଏହାର ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯିବା ସହ ଆରଫିଏଫକୁ ଦାୟିତ୍ବ ପ୍ରଦାନ କରାଯାଇଛି ।

   Related Posts