Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଡିସେମ୍ବର ୧ରୁ ପୁଣି କଡାକଡି ହେବ ଟ୍ରାଫିକ୍ ନିୟମ, ସତର୍କ ହୁଅନ୍ତୁ ଗାଡି ଚାଳକ

15/11/2019 at 3:18 PM

ଭୁବନେଶ୍ବର ୧୫।୧୧: ଆସନ୍ତା ଡିସେମ୍ବର ୧ ତାରିଖରୁ ପୁଣି କଡାକଡି ଲାଗୁ ହେବ ଟ୍ରାଫିକ କଟକଣା । ଗାଡିର ସମସ୍ତ ଆନୁସଙ୍ଗିକ କାଗଜପତ୍ର ଏଣିକି ପାଖରେ ରଖିବା ବାଧ୍ୟତାମୂଳକ ହେବ। ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଗତ ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ଲାଗୁ ହୋଇଥିଲା ଏକକ ଟ୍ରାଫିକ୍ ବ୍ୟବସ୍ଥା । ନୂଆ ମୋଟର ଯାନ ଆଇନ-୨୦୧୯ ଅନୁସାରେ ଟ୍ରାଫିକ୍ ନିୟମ କଡାକଡି କରାଯାଇଥିଲା । ନୂଆ ଟ୍ରାଫିକ୍ ନିୟମକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଥିଲା । ଫଳରେ ତିନି ମାସ ଲାଗି ଟ୍ରାଫିକ୍ କଟକଣା କୋହଳ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମଦ୍ୟପାନ କରି ଗାଡି ଚଲାଇଲେ ୧୦ହଜାର ଟଙ୍କା, ଆମ୍ବୁଲାନ୍ସକୁ ବାଟ ନଛାଡିଲେ ୧୦ହଜାର ଟଙ୍କା, ସିଟ୍ ବେଲ୍ଟ ନ ବାନ୍ଧିଲେ ୫ ହଜାର ଟଙ୍କା, ମୋବାଇଲରେ କଥା ହେଲେ ୫ ହଜାର ଟଙ୍କା, ଓଭରଟେକ କଲେ ୧୦ ହଜାର ଟଙ୍କା, ହେଲମେଟ୍ ନପିନ୍ଧିଲେ ୧ ହଜାର, ବାଇକରେ ୨ଜଣରୁ ଅଧିକ ଗଲେ ୧ ହଜାର, ବିନା ଲାଇସେନ୍ସରେ ଗାଡି ଚଲାଇଲେ ୫ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ । ଏଥିସହ ଶବ୍ଦ ଓ ବାୟୁ ପ୍ରଦୂଷଣ କଲେ ଏବଂ ପରିମିଟ୍ ନଥାଇ ଗାଡି ଚଳାଇଲେ ୧୦ ହଜାର ଜରିମାନା ଦେବେ ଉଲଂଘନକାରୀ । ୧୮ ବର୍ଷରୁ କମ୍ ପୁଅ କି ଝିଅ ଗାଡି ଚଲାଇଲେ ସେମାନଙ୍କ ଅଭିଭାବକ ୨୫ ହଜାର ଟଙ୍କା ଫାଇନ୍ ଦେବାକୁ ପଡିବ।

   Related Posts