ଟ୍ରାଫିକ୍ ନିୟମ କଡାକଡି ଡେଡଲାଇନ୍ ପୁଣି ଘୁଞ୍ଚିବ !

Published By : Prameya-News7 Bureau | November 28, 2019 IST

ଭୁବନେଶ୍ବର ୨୮।୧୧: ଟ୍ରାଫିନ୍ ନିୟମ କଡାକଡି ପାଇଁ ରହିଥିବା ଡେଡଲାଇନ୍ ବଢିପାରେ । ପରିବର୍ତ୍ତିତ ମୋଟର ପରିବହନ ଆଇନକୁ ତିନିମାସ ତଳେ ରାଜ୍ୟ କଡାକଡା ଭାବେ ଲାଗୁ କରିଥିଲେ । ତେବେ ବାହାନ ଚାଳକମାନେ ପ୍ରସ୍ତୁତ ନଥିବାରୁ ନାନା ଅସୁବିଧା ସୃଷ୍ଟି ହୋଇଥିଲା । ବିଭିନ୍ନ ସ୍ଥାନରେ ପୋଲିସ ଓ ପବ୍ଲିକ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

{"id":148800,"sizeSlug":"large"}

ବିଶେଷକରି ଚାଲାଣ କାଟିବା ପ୍ରସଙ୍ଗରେ ଭୁବନେଶ୍ବର ରାଜମହଲ ଛକକରେ ପୋଲିସ ଓ ପବ୍ଲିକ୍ ମଧ୍ୟରେ ଖଣ୍ଡ ଯୁଦ୍ଧ ସୃଷ୍ଟି ହୋଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଗାଡି ଚାଳକମାନଙ୍କୁ କାଗଜପତ୍ର ଠିକ୍ କରିବା ଲାଗି ୩ମାସ ସମୟ ଦେଇଥିଲେ । ଡିସେମ୍ବର ୧ ତାରିଖକୁ ଏହି କଣ୍ଟ ପୂରୁଛି । ଫଳରେ ଡିସେମ୍ବର ୧ ତାରିଖରୁ ପୁଣି ଏହି ଆଇନକୁ କଡାକଡି କରାଯିବ ବୋଲି ଆଲୋଚନା ହେଉଥିଲା ।

{"id":149782,"sizeSlug":"large"}

ତେବେ ରାଜ୍ୟରେ ଥିବା ବିଭିନ୍ନ ପରିବହନ କାର୍ଯ୍ୟାଳୟରେ ଲୋକଙ୍କ ଭିଡକୁ ଦେଖିଲେ ଲାଗୁଛି ଯେ ଏହି ତିନି ମାସ ମଧ୍ୟରେ ଲୋକଙ୍କର କାଗଜପତ୍ର କାମ ସରିନାହିଁ । ଏବେ ଯଦି ଟ୍ରାଫିକ୍ ଆିନକୁ କଡାକଡ଼ି କରାଯାଏ ତାହେଲେ ପୁଣି ପୂର୍ବଭଳି ପରିସ୍ଥିତି ଉପୁଜିପାରେ ।

{"id":190906,"sizeSlug":"large"}

ଏହାକୁ ହୃଦଙ୍ଗମ କରିବା ପରେ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଉତ୍ତସ୍ତରୀୟ ସମୀକ୍ଷା ତଥା ବିଚାରବିମର୍ସ ବୈଠକ ଅନୁଷ୍ଠି ହେଉଛି । ଯଦିଓ ବୈଠକ ପରେ ଡେଡଲାଇନ୍ ବଢିବ କି ନାହିଁ ତାହା ସ୍ପଷ୍ଟ ହେବ, ତେବେ ମନ୍ତ୍ରୀଙ୍କ ହାବଭାବରୁ ଅନୁମାନ କରାଯାଉଛି ଯେ ଡେଡଲାଇନ ପୁଣି ଘୁଞ୍ଚିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.