ଡେଡ୍‌ଲାଇନ୍ ସରୁ ସରୁ ଧରପଗଡ ଜେ।ରଦାର, ୫ଶହ ନେଇ ମାଛ କିଣିବାକୁ ଆସି ହଜାରେ ଟଙ୍କାର ଗଣିଲେ ତଣ୍ଡ

Published By : Prameya-News7 Bureau | March 01, 2020 IST

କଟକ ୧।୩: କଣ୍ଟ ପୁରିଲା । ଆଜିଠୁ ଜେ।ରଦାର ଧରପଗଡ । ତିନି ମାସ ପରେ ରବିବାର ଟୁଇନ୍ ସିଟିରେ ଆରମ୍ଭ ହେ।ଇଛି ହେଲମେଟ୍ ଓ ଗାଡି କାଗଜପତ୍ର ଯାଞ୍ଚ । ତେବେ ଗାଡି ଚେକିଂ ବେଳେ ଦେଖିବାକୁ ମିଳିଥିଲା କିଛି ରେ।ଚକପୂର୍ଣ୍ଣ ଦୃଶ୍ୟ ।

{"id":231237,"sizeSlug":"large"}

ଡେଡଲାଇନ୍ ସରୁ ସରୁ ପ୍ରଥମ ଦିନରେ ଯାହାକୁ ଦେଖିଲେ ମାଡି ବସିଲେ । ରବିବାରିଆ ସକାଳ । କିଏ ମାଛ କିଣିବାକୁ ଯାଉଥିଲା ତ କିଏ ଚିକେନ ପାଇଁ । ଟ୍ରାଫିକ ପୋଲିସ କବଳରୁ ଖସିଲେ ତ ମାଛ, ମାଂସ କିଣିବେ । ମାଛ ଖାଇବାକୁ ସିନା ମନ କିନ୍ତୁ ହେଲମେଟ୍ ତ ନେଇନାହାନ୍ତି । ପଡିଗଲେ ଟ୍ରାଫିକ୍ ପେ।ଲିସ ହାବୁଡରେ ।

{"id":231241,"sizeSlug":"large"}

୫ଶହ ଟଙ୍କା ନେଇ ମାଛ କିଣିବାକୁ ଆସିଥିଲେ, କିନ୍ତୁ ହଜାରେ ଟଙ୍କର ତଣ୍ଡ ଗଣିଲେ । ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି କଟକରେ । ପ୍ରଥମ ଦିନରେ ହେଲମେଟ୍ ଚେକିଂ ଉପରେ ଗୁରୁତ୍ବ ଦିଆଯାଇଛି । ମଧୁପାଟଣା ଛକରେ ଯାଞ୍ଚ ବେଳେ ଧରାପଡିଥିଲେ ଖିଲାପକାରୀ ।

{"id":231239,"sizeSlug":"large"}

ଗେ।ଟେ ପଟେ ଯାଞ୍ଚ କଡାକଡି ଚାଲିଥିବା ବେଳେ ଟୁଇନସିଟିରେ ଅଧିକାଂଶ ଗାଡି ଚାଳକ ହେଲମେଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା । କିଛି ଲୋକ ନିୟମ ଭାଙ୍ଗି ଫାଇନ୍ ଗଣିଥିବା ବେଳେ ଅନ୍ୟମାନଙ୍କୁ ହେଲମେଟ୍ ପିନ୍ଧିବା ପାଇଁ ନିବେଦନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.