Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଅଣାୟତ କରୋନା : ବନ୍ୟଜନ୍ତୁଙ୍କ ମାଂସ ବିକ୍ରି ଉପରେ କଠୋର ପ୍ରତିବନ୍ଧକ ଲଗାଯାଉ-WHO

18/04/2020 at 12:58 PM

ନୂଆଦିଲ୍ଲୀ ୧୮।୦୪: ସାରାବିଶ୍ୱରେ କରୋନା ଅଣାୟତ ଅବସ୍ଥାରେ ରହିଛି  । ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ମହାମାରି ବିଶ୍ୱର ୨୧୦ରୁ ଅଧିକ ଦେଶକୁ ବ୍ୟାପିସାରିଲାଣି । କରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ୨୨ଲକ୍ଷ ଅତିକ୍ରମ କରିଥିବା ବେଳେ ଏକ ଲକ୍ଷ ୫୪ହଜାର ଲୋକ ଏହି ମାରାତ୍ମକ ଭୂତାଣୁରେ ପ୍ରାଣ ହରାଇସାରିଲେଣି । ସାରାବିଶ୍ୱର ବୈଜ୍ଞାନିକ, ଗବେଷକ ଓ ଡାକ୍ତର ମାନେ ଏହା ମହାମାରୀ ଭୂତାଣୁର ଔଷଧ ବାହାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଚୀନ୍‌ର ଉହାନ ସହରରୁ କରୋନା ଭାଇରସ ହୋଇଛି । ସମୟ ସମୟରେ ଏହି ଭାଇରସ ବାଦୁଡିଙ୍କ ଠାରୁ କିମ୍ବା ଅନ୍ୟ କୌଣସି ପଶୁ ପକ୍ଷୀମାନଙ୍କ ଠାରୁ ଆସିଛି ବୋଲି ଅଭିଯୋଗ ହୋଇଥାଏ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ଏହି ଭାଇରସର କାହା ଠାରୁ ସଂକ୍ରମଣ ହୋଇଛି । ତେବେ ଏଭଳି ସ୍ଥିତିରେ ବିଶ୍ୱର ସମସ୍ତ ଦେଶରେ ବନ୍ୟ ଜନ୍ତୁ ଶିକାର ଓ ବେପାର ଉପରେ କଟକଣା ଲଗାଯାଉ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ମୁଖ୍ୟ କହିଛନ୍ତି ।

ଶୁକ୍ରବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ମୁଖ୍ୟ କହିଛନ୍ତି ଯେ, କରୋନା ମହାମାରୀକୁ ରୋକିବାକୁ ହେଲେ ସବୁ ଦେଶ ଆଗେଇ ଆସିବା ଉଚିତ୍‌ । ଏହି ମହାମାରୀ ପାଇଁ ସମସ୍ତ ଦେଶ ନିଜର ବନ୍ୟଜନ୍ତୁ ମାଂସର ବେପାର ଉପରେ କଡା ପ୍ରତିବନ୍ଧକ ଲଗାଇବା ଉଚିତ୍‌ । କାରଣ ବନ୍ୟଜନ୍ତୁ ବିକ୍ରି ହେଉଥିବା ବଜାରରେ ସ୍ୱଚ୍ଛତାର ଅଭାବ ରହିଛି । ଆଗକୁ ମଧ୍ୟ ଯଦି ଏହି ବଜାରରେ ଖାଦ୍ୟ ନିରାପତ୍ତା ଓ ସ୍ୱଚ୍ଛତା ସୁବିଧା ଓ ସୁନିଶ୍ଚିତତା ହେଲେ ଏହା ବଜାରକୁ ପୁଣି ଥରେ ଖୋଲାଯିବ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବ୍ୟାପୁଥିବା ନୂତନ ଭାଇରସରୁ ୭୦ପ୍ରତିଶତ ଭୂତାଣୁ ପଶୁମାନଙ୍କ ଠାରୁ ଆସିଥାଏ । ତେବେ ଏବେକାର ସମୟରେ ଆମେମାନେ କିପରି ପଶୁମାନଙ୍କ ଠାରୁ ଆସୁଥିବା ସଂକ୍ରମଣକୁ ମଣିଷ ଦେହରେ ନବ୍ୟାପେ ସେଥିଲାଗି କାମ କରିବା ଉଚିତ୍‌ । ଏବଂ ଏହି ସବୁ ପ୍ରଥା ଆପଣାଇଲେ ଆମେ ସଂକ୍ରମଣରୁ ମୁକ୍ତି ପାଇପାରିବା ।

|

   Related Posts