Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ମହାରାଷ୍ଟ୍ରରେ କାଲି ରାତି ୮ଟାରୁ ୧୪୪ ଧାରା ଜାରି, ଜରୁରୀ ସେବାକୁ ବାଦ୍ ଦେଲେ ସବୁ ବନ୍ଦ

13/04/2021 at 9:23 PM

ମୁମ୍ବାଇ ୧୩।୦୪: ମହାରାଷ୍ଟ୍ରରେ କରୋନାର ପ୍ରକୋପ ବଢିବାରେ ଲାଗିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କଡା ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ରାଜ୍ୟରେ ଗତ ବର୍ଷ ପରି ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗିବ ନାହିଁ। କିନ୍ତୁ ସମସ୍ତ ପ୍ରକାରର ଅନାବଶ୍ୟକ ସେବା ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଏପ୍ରିଲ ୧୪ରୁ ରାତି ୮ଟାରୁ ରାଜ୍ୟରେ ଧାରା ୧୪୪ ଲାଗୁ କରିବାକୁ ଘୋଷଣା କରିଛନ୍ତି। କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି। ବିନା କାରଣରେ ଲୋକଙ୍କ ଘରୁ ବାହାରିବା ଉପରେ ରୋକ୍ ଲଗାଯାଇଛି।

ରାଜ୍ୟରେ ୧୫ ଦିନ ପର୍ଯ୍ୟନ୍ତ ଗମନାଗମନ ଉପରେ ରୋକ୍ ଲାଗୁ ରହିବ। ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍ ଶବ୍ଦର ବ୍ୟବହାର ନକରି ଏହାକୁ ‘ବ୍ରେକ୍ ଦ ଚେନ୍ ଅଭିଯାନ’ କହିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଜରୁରୀ ସେବାକୁ ବାଦ୍‌ ଦେଲେ ବାକି ସବୁ କିଛି ବନ୍ଦ ରହିବ। ଇକର୍ମସ, ବ୍ୟାଙ୍କ, ମିଡିଆ, ପେଟ୍ରୋଲ ପମ୍ପ, ସୁରକ୍ଷା ଗାର୍ଡ ଆଦି ଖୋଲା ରହିବ। ଗଣମାଧ୍ୟମ ପ୍ରତିନିଧିଙ୍କ ଯିବା ଆସିବାରେ କୌଣସି କଟକଣା ନାହିଁ। ରେସ୍ତୋରାଁ ଖୋଲା ରହିବ, କିନ୍ତୁ ସେଠାରେ ବସି ଖାଇବାକୁ ବାରଣ କରାଯାଇଛି। କେବଳ ହୋମ ଡେଲିଭରିକୁ ଅନୁମତି ଦିଆଯାଇଛି।

ପୂରା ରାଜ୍ୟରେ ଗତିବିଧି ଉପରେ କଟକଣା ଲାଗୁ କରାଯାଇଛି। ସକାଳ ୭ଟାରୁ ରାତି ୮ଟା ଯାଏଁ ଜରୁରୀ ସେବା ଜାରି ରହିବ। କେବଳ ଜରୁରୀ ସାମଗ୍ରୀର ପରିବହନ ପାଇଁ ଅନୁମତି ମିଳିବ। ସମସ୍ତ କାର୍ଯ୍ୟାଳୟ ଓ ସଂସ୍ଥା ୧୫ ଦିନ ପାଇଁ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି।

ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ମାସିକ ୧୫୦୦ ଟଙ୍କା ଦିଆଯିବ। ପଞ୍ଜୀକୃତ ଉଠା ଦୋକାନୀଙ୍କୁ ମଧ୍ୟ ସାହାଯ୍ୟ କରାଯିବ। ରିକ୍ସାଚାଳକଙ୍କୁ ମଧ୍ୟ ୧୫୦୦ ଟଙ୍କା ସହାୟତା ଦିଆଯିବ। ୭ କୋଟି ଲୋକଙ୍କୁ ୩ କେଜି ଗହମ ଓ ୨ କେଜି ଚାଉଳ ତିନି ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ। ଏହି ସୁବିଧା ରାସନକାର୍ଡଧାରୀଙ୍କୁ ଯୋଗାଇ ଦିଆଯିବ।

   Related Posts