ସାଇଲେଣ୍ଟ୍ ଜୋନରେ ବରଯାତ୍ରୀ ନେଲେ ଗଣିବାକୁ ହେବ ୨୦ ହଜାର, ଜେନେରେଟର ଚଲାଇଲେ ଲକ୍ଷେ ଟଙ୍କା ଜରିମାନା

Published By : Prameya-News7 Bureau | July 10, 2021 IST

ନୂଆଦିଲ୍ଲୀ ୧୦/୦୭ : ଧ୍ୱନି ପ୍ରଦୂଷଣ ମାମଲାରେ ଦିଲ୍ଲୀ ପ୍ରଦୂଷଣ କଣ୍ଟ୍ରୋଲ କମିଟି (DPCC) ଜରିମାନା ରାଶି ସଂଶୋଧନ କରିବାକୁ ଘୋଷଣା କରିଛି। ନୂଆ ସଂଶୋଧନ ଅନୁଯାୟୀ, ଧ୍ୱନି ପ୍ରଦୂଷଣ କରୁଥିବା ଲୋକଙ୍କୁ ଯେକୌଣସି ମାଧ୍ୟମ ଏକ ଲକ୍ଷ ଟଙ୍କା ଯାଏଁ ଜରିମାନା ଲଗାଇବାକୁ ବ୍ୟବସ୍ଥା କରାଯାଇଛି। ଏହାସହ ଜେନେରେଟର ଧ୍ୱନି ପ୍ରଦୂଷଣକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦିଆଯାଇଛି। ତାଛଡା ଧ୍ୱନି ପ୍ରଦୂଷଣ କରୁଥିବା ସାମଗ୍ରୀ ମଧ୍ୟ ଜବତ କରାଯିବ। ଜରିମାନା ସଂଶୋଧନର ଏହି ପ୍ରସ୍ତାବ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (NGT) ଦ୍ୱାରା ସ୍ୱୀକୃତ କରାଯାଇଛି।

କେଉଁଠି କେତେ ଜରିମାନା ଦେବାକୁ ପଡିବ ଜାଣନ୍ତୁ…
ଲାଉଡ଼ ସ୍ପିକର କିମ୍ବା ପବ୍ଲିକ ଅଡ୍ରେସ ସିଷ୍ଟମ ବ୍ୟବହାର କଲେ ଉପକରଣ ଜବତ କରିବା ସହ ୧୦ ହଜାର ଟଙ୍କା ଜରିମାନା
ହଜାରେ କେବିଏ ଡିଜେ ସେଟ ଦ୍ୱାରା ହେଉଥିବା ଧ୍ୱନି ପ୍ରଦୂଷଣ ଦ୍ୱାରା ଉପକରଣ ଜବତ ସହ ୧ ଲକ୍ଷ ଟଙ୍କା ଜରିମାନା
୬୨.୫ କେବିଏ ରୁ ହଜାରେ କେବିଏ ଡିଜେ ସେଟ ଉପରେ ଉପକରଣ ଜବତ ଓ ୨୫ ହଜାର ଟଙ୍କା ଜରିମାନା
୬୨.୫ କେବିଏ ଯାଏଁ ଡିଜେ ସେଟ ଉପରେ ଉପକରଣ ଜବତ ଓ ୧୦ ହଜାର ଟଙ୍କା ଜରିମାନା
ନିର୍ମାଣ ଯନ୍ତ୍ର ଦ୍ୱାରା ହେଉଥିବା ଧ୍ୱନି ଉପରେ ଉପକରଣ ଜବତ ଓ ୫୦ ହଜାର ଟଙ୍କା ଜରିମାନା
ଆବାସିକ କିମ୍ବା ବ୍ୟବସାୟିକ ସ୍ଥାନରେ ଆତସବାଜି କଲେ ହଜାରେ ଟଙ୍କା ଜରିମାନା
ସାଇଲେଣ୍ଟ ଜୋନରେ ଆତସବାଜି କଲେ ୩ ହଜାର ଟଙ୍କା ଜରିମାନା
ଆବାସିକ କିମ୍ବା ବ୍ୟବସାୟିକ ସ୍ଥାନରେ ପବ୍ଲିକ ରାଲି, ବରଯାତ୍ରୀ, ବିବାହ ସମାରୋହ, ଧାର୍ମିକ ସମାରୋହ କଲେ ୧୦ ହଜାର ଟଙ୍କା ଜରିମାନା
ସାଇଲେଣ୍ଟ ଜୋନରେ ପବ୍ଲିକ ରାଲି, ବରଯାତ୍ରୀ, ବିବାହ ସମାରୋହ, ଧାର୍ମିକ ସମାରୋହ କଲେ ୨୦ ହଜାର ଟଙ୍କା ଜରିମାନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.