ଆସନ୍ତା ୩୧ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ସଟ୍ ଡାଉନ୍, ପ୍ରବେଶ ପଥରେ ଚେକିଂ ଓ ବ୍ଲକିଂ କଡାକଡି

Published By : Prameya-News7 Bureau | July 29, 2020 IST

ବୌଦ୍ଧ ୨୯।୭: ମହାମାରୀ କରୋନାର ମୁକାବିଲା ପାଇଁ ଆଜିଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମଗ୍ର ବୌଦ୍ଧ ଜିଲ୍ଲାକୁ ସଟଡାଉନ କଲା ଜିଲ୍ଲା ପ୍ରଶାସନ । ଏହି ସମୟରେ ଜିଲ୍ଲାର ବୌଦ୍ଧ, ହରଭଙ୍ଗା ତଥା କଂଟାମଳ ବ୍ଲକରେ ପୋଲିସ ଅନୁଷ୍ଠାନ, ଡାକ୍ତରଖାନା ଓ ଔଷଧ ଦୋକାନ ତଥା ଦୁଗ୍ଧ ସପ୍ଲାଏକୁ ବାଦ ଦଲେ ସମସ୍ତ ଦୋକାନ ବଜାର ତଥା ଯାନବାହାନ ଚଳାଚଳ ବନ୍ଦ ରହିବ । ନିୟମ ଖିଲାପକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଚେତାବନୀ ଦେଇଛନ୍ତି ।

{"id":307139,"sizeSlug":"large"}

ସଟ୍ ଡାଉନକୁ ଠିକ୍ ଭାବରେ ପାଳନ କରିବା ପାଇଁ ଜିଲ୍ଲାର ପ୍ରତ୍ୟେକ ପ୍ରବେଶ ପଥରେ ପୋଲିସର ଚେକିଂ ଓ ବ୍ଲକିଂ କଡାକଡି କରାଯାଇଛି । ତେବେ ବୌଦ୍ଧ ଜିଲ୍ଲାରେ ଆଜି ସୁଦ୍ଧା କରୋନା ସଂକ୍ରମିତଙ୍କ ୧୩୪ରେ ପହଞ୍ଚିଥିବା ବେଳେ ୬୪ ଜଣ ସୁସ୍ଥ ହୋଇଥିବା ରିପୋର୍ଟ ମିଳିଛି । ତେବେ ଅତି ଜରୁରୀ କାମ ନହେଲେ ଜନସାଧାରଣ ଘରୁ ବାହାରକୁ ନବାହାରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିବେଦନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.