ଅମାନିଆଙ୍କୁ ସାବଡ଼ ପାଇଁ ପୋଲିସର ତନାଘନା, ପ୍ରତ୍ୟକଦିନ ଆଦାୟ ହେଉଛି ଫାଇନ୍‌

Published By : Prameya-News7 Bureau | May 09, 2021 IST

ଢେଙ୍କାନାଳ, ୦୯/୦୫: କୋରନାର ଦ୍ୱିତୀୟ ଲହର ସଂକ୍ରମଣ ରୋକିବା ପାଇଁ ଗତ ୫ତାରିଖରୁ ୧୪ ଦିନିଆ ଲକ୍‌ଡାଉନ ଓ ସପ୍ତାହନ୍ତ ସର୍ଟଡାଉନ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଢେଙ୍କାନାଳରେ ମଧ୍ୟ ଆଜି ସପ୍ତାହନ୍ତ ସର୍ଟଡାଉନର ତୃତୀୟ ରବିବାର ।

ଏପରିସ୍ଥଳେ ଢେଙ୍କାନାଳରେ ଅମାନିଆଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ଆଜିଠାରୁ ପୋଲିସ ଏବଂ ପ୍ରଶାସନ ବେଶ୍‌ ତତ୍ପର ହୋଇପଡିଛି । ବିଭିନ୍ନ ଛକ ଜାଗାରେ ପୋଲିସ ମୁତୟନ କରାଯାଇଥିବାବେଳେ ନିଜେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ ଶିଭା ଶୁଭ୍ରମଣି ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ଯାଞ୍ଚ କରୁଥିବା ଦେଖାଯାଇଛି ।

ଟାଉନ ପୋଲିସ ପକ୍ଷରୁ ଟାଉନ ଥାନା ଅଧିକାରୀ ଅମାନିଆଙ୍କୁ ଆକଟ କରିବାକୁ ଯାଇ ୩୦ରୁ ଉର୍ଦ୍ଧ୍ୱ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରିଥିବା ପ୍ରକାଶ କରିଛନ୍ତି । ଯାହା ଫଳରେ ଢେଙ୍କାନାଳରେ ଅମାନିଆଙ୍କ ମଧ୍ୟରେ ଛନକା ପଶିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.