Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଏବେ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ଜବରଦସ୍ତି ଧର୍ମ ପରିବର୍ତ୍ତନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ : ଯୋଗୀ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

29/08/2020 at 11:05 AM

ଲକ୍ଷ୍ନୌ ୨୯/୮: ଉତ୍ତରପ୍ରଦେଶରେ ଏବେ ଝିଅଙ୍କୁ ପ୍ରେମ ଜାଲରେ ଫସାଇ ଧର୍ମ ବଦଳାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଗୃହ ଏବଂ ପୋଲିସ୍ ଅଧିକାରୀଙ୍କୁ ରାଜ୍ୟରେ ଲବ ଜେହାଦର ଘଟଣା ରୋକିବା ପାଇଁ ଯୋଜନା କରିବାକୁ ନିର୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ପରିଚୟ ଲୁଚାଇ ଉସୁକାଇବା କିମ୍ବା ବ୍ଲାକମେଲ୍ କରି ଧର୍ମାନ୍ତରଣ କରିବାର ଉଦ୍ୟମ କରିବା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ। ମହିଳାଙ୍କୁ ନିର୍ଯାତନା କିମ୍ବା ତାଙ୍କ ସହ ହିଂସା ଘଟଣାକୁ ସହ୍ୟ କରାଯିବ ନାହିଁ।

ଶୁକ୍ରବାର ଅଫିସରଙ୍କ ସହ ବୈଠକରେ ମୁଖ୍ୟମନ୍ତ୍ରୀ ନିକଟରେ ଘଟିଥିବା ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଘଟଣା ଉପରେ ଅସନ୍ତୁଷ୍ଟ ହୋଇଛନ୍ତି। ଏହି ସମୟରେ ମିରଟ,କାନପୁର ଏବଂ ଲଖୀମପୁର ଖୋରିରେ ଯୁବତୀଙ୍କୁ ପ୍ରେମଜାଲରେ ଫସାଇବାର ଘଟଣାର ସମୀକ୍ଷା କରାଯାଇଥିଲା। ଏଥିରେ ଲଖୀମପୁର ଖୋରି ଏବଂ ମିରଟରେ ଯୁବତୀଙ୍କୁ ହତ୍ୟା ମଧ୍ୟ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏପରି ଘଟଣା ରୋକିବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଉ। ଏପରି ସୂଚନାକୁ ଗମ୍ଭୀତାର ସହ ନେଇ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଉ।

କାନପୁରର ଯୁବତୀ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ କରି ଧର୍ମ ପରିବର୍ତ୍ତନ କରି ନିଜ ଇଚ୍ଛାରେ ନିକାହ କରିବା କଥା କହିଥିଲେ। ଏହା ପରେ ବିଶ୍ବ ହିନ୍ଦୁ ପରିଷଦର କର୍ମୀ ଯୁବକଙ୍କ ବିରୋଧରେ ଜବରଦସ୍ତି ଧର୍ମ ପରିବର୍ତ୍ତନ କରିବାର ଅଭିଯୋଗ କରି କିଦବଇ ନଗର ଥାନା ବାହାରେ ଉତ୍ତେଜନା ସୃଷ୍ଟି କରିଥିଲେ। ସେମାନେ ଯୁବତୀଙ୍କୁ ଉଦ୍ଧାର କରିବାକୁ ଏବଂ ଅଭିଯୁକ୍ତ ଯୁବକକୁ ଗିରଫ କରିବାକୁ ଦାବି କରିଥିଲେ।

   Related Posts