ପୁରୀ ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ କହିଲେ ଡିଜି, କଂଗ୍ରେସ ଦାବୀ କଲା ବିଚାର ବିଭାଗୀୟ ତଦନ୍ତ

Published By : Prameya-News7 Bureau | October 04, 2018 IST

ପୁରୀ ୪|୧୦:  ପୋଲିସ ମହାନିର୍ଦ୍ଦେଶକ ଆର.ପି. ଶର୍ମା ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥିତି ଅନୁଧ୍ୟାନ ପରେ ପୋଲିସ ଡିଜି କହିଛନ୍ତି ଯେ, ପୁରା ଘଟଣାର ସିସିଟିଭି ଫୁଟେଜକୁ ଯାଞ୍ଚ କରାଯିବ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।ଆନ୍ଦୋଳନକାରୀଙ୍କ ବ୍ୟତୀତ କିଛି ଅସାମାଜିକ ବ୍ୟକ୍ତିଙ୍କ ଉନ୍ମତକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅସାମାଜିକ ବ୍ୟକ୍ତିଙ୍କ ଆକ୍ରମଣରେ ଏକାଧିକ ପୋଲିସ ଅଧିକାରୀ ଓ କର୍ମଚାରୀ ଆହତ ହୋଇଛନ୍ତି  । ଏଥି ସହିତ ଜୋତା ପିନ୍ଧି କୌଣସି ଫୋର୍ସ ଭିତରକୁ ଯାଇନଥିବା ସ୍ପଷ୍ଟ କରିଛନ୍ତି ପୋଲିସ ଡିଜି । ଅପରପକ୍ଷରେ ଗତକାଲିର ଘଟଣାରେ କଂଗ୍ରେସ ପ୍ରତିକ୍ରିୟା ରଖିଛି । କଂଗ୍ରେସ କହିଛି ଯେ, ବ୍ରିଟିଶ ଶାସନରେ ମଧ୍ୟ ଏଭଳି ଅରାଜକତା ଦେଖିବାକୁ ମିଳିନଥିଲା । ପୋଲିସ ଜୋତା ପିନ୍ଧି ମନ୍ଦିରକୁ ଭିତରକୁ ପ୍ରବେଶ କଲା ।ଠାକୁରଙ୍କୁ ଭଙ୍ଗାରୁଜା କଲେ ।ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ । ଏହାର ବିଚାର ବିଭାଗୀୟ ତଦନ୍ତ ହେଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.