'ସ୍ତ୍ରୀ ବହୁତ ନିର୍ଯାତନା ଦେଉଛନ୍ତି, ସହି ହେଉନି....', ଥାନାର ଦ୍ୱାରସ୍ଥ ହେଲେ ୩ ଯୁବକ

Published By : Prameya-News7 Bureau | June 29, 2021 IST

ସମ୍ବଲପୁର,୨୯/୦୬: ସମ୍ବଲପୁର ମହିଳା ଥାନାରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଥିଲା । ନିତିଦିନ ମହିଳାମାନେ ତାଙ୍କ ସ୍ୱାମୀଙ୍କ ଦ୍ୱାରା ନିର୍ଯାତିତା ହୋଇ ଥାନାକୁ ଆସୁଥିବା ବେଳେ ସୋମବାର ସହରର ଭିନ୍ନ ଭିନ୍ନ ସ୍ଥାନର ୩ ଯୁବକ ସେମାନଙ୍କ ପତ୍ନୀ ବିରୋଧରେ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ଏହି ଯୁବକଙ୍କ ମଧ୍ୟରେ ଜଣେ ସମ୍ବଲପୁରର ଏକ ଘରୋଇ କମ୍ପାନିର ଅଧିକାରୀ ବୋଲି ଜଣାପଡ଼ିଛି ।

କେବଳ ଯେ, ମହିଳାମାନେ ନିର୍ଯାତନାର ଶିକାର ହେଉଛନ୍ତି ତାହା ନୁହେଁ ବରଂ ପୁରୁଷମାନେ ବି ମହିଳାଙ୍କ ଦ୍ୱାରା ନିର୍ଯାତନାର ଶିକାର ହେଉଛନ୍ତି ଏହା ହେଉଛି ତାହାର ଜ୍ୱଳନ୍ତ୍ୱ ଉଦାହରଣ ବୋଲି ଉପସ୍ଥିତ ଲୋକେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.