Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପୁଣି ଶବକୁ ଅସମ୍ମାନ, ଷ୍ଟ୍ରେଚରରେ ୩ କିମି ବୁହା ହେଲା ମୃତଦେହ

29/07/2020 at 1:46 PM

ମାଲକାନଗିରି ୨୯।୦୭ : ପୁଣି ଶବକୁ ଅସମ୍ମାନ, ମୃତ୍ୟୁ ପରେ ଶବ ନେବା ଲାଗି ଗାଡି ନମିଳିବାରୁ ଷ୍ଟ୍ରେଚରରେ ପ୍ରାୟ ୩ କିଲୋମିଟର ବୁହା ହେଲା ମୃତଦେହ । ଏମିତି କିଛି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଜଣେ ମହିଳା ଓ ପରିବାର ସଦସ୍ୟ ମିଶି ବୋହି ବୋହି ଘରକୁ ନେଲେ ମୃତଦେହ ।

ସୂଚନାଯୋଗ୍ୟ ଯେ, ମାଲକାନାଗିରି ଜିଲ୍ଲା ପଡିଆ ମେଡିକାଲରରେ ମୂଷାକିଗୁଡା ଗାଁର ଜଣେ ବୃଦ୍ଧା ଚିକିତ୍ସିତ ହେଉଥିଲେ । କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ବୃଦ୍ଧାଙ୍କ ମୃତଦେହକୁ ଘର ପର୍ଯ୍ୟନ୍ତ ନେବାପାଇଁ ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଗୁହାରି କରିଥିଲେ । ମେଡିକାଲରେ ଆମ୍ବୁଲାନ୍ସ ମହଜୁଦ ନଥିବାରୁ ମେଡିକାଲ ଅଧିକାରୀ ଗାଡି ଦେବା ପାଇଁ ମନା କରିଥିଲେ । ଏହାପରେ ପରିବାର ଲୋକ ଅନ୍ୟତ୍ର ଗାଡି ବ୍ୟବସ୍ତା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ପାଖରେ ପଇସା ନଥିବାରୁ  କରିପାରିନଥିଲେ । ବାଧ୍ୟ ହୋଇ ମୃତଦେହକୁ ଷ୍ଟ୍ରେଚରରେ କାନ୍ଧେଇ ପ୍ରାୟ ୩ କିଲୋମିଟର ବାଟ ଚାଲି ଚାଲି ନିଜ ଗାଁକୁ ନେଇଥିଲେ ।

   Related Posts