Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

କଡେଇ ଗରମ, ଫୁଟୁଛି ତେଲ: ହାତ ବୁଡେଇ ଫୁଟନ୍ତା ତେଲରୁ ଚିକେନ ବାହାର କରୁଛନ୍ତି ଷ୍ଟ୍ରିଟଫୁଡ୍ ଭେଣ୍ଡର, ଭିଡିଓ ଦେଖି ଲୋକଙ୍କ ଅକଲ୍ ଗୁଡୁମ୍

8/11/2021 at 5:14 PM

ଜୟପୁର ୦୮/୧୧ : ସୋସିଆଲ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ମଜାଦାର ଓ ଚମତ୍କାର ଭିଡିଓ ଭାଇରାଲ ହେଉଥାଏ। ବେଳେବେଳେ ଷ୍ଟ୍ରିଟଫୁଡର ମଧ୍ୟ ଅଜବ ଅଜବ ମାମଲା ସାମ୍ନାକୁ ଆସିଥାଏ। ନିକଟରେ ଜୟପୁରର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ଷ୍ଟ୍ରିଟଫୁଡ ଭେଣ୍ଡର ଚିକେନ ବନାଉଥିବା ନଜର ଆସିଛନ୍ତି। ସେ କଡେଇରୁ ଗରମ ତେଲରେ ପଡିଥିବା ଚିକେନ ହାତରେ ବାହାର କରୁଥିବା ନଜର ଆସିଛନ୍ତି। ଭେଣ୍ଡରଙ୍କ ସମ୍ପର୍କରେ ଜଣେ ବ୍ୟକ୍ତି ନିଜ ୟୁଟ୍ୟୁବ ଚାନେଲରେ କହିଛନ୍ତି।

ମାମଲା ଜୟପୁରର। ଭିଡିଓକୁ ଫୁଡ ବ୍ଲଗର ଶୈଳେଶ ସେୟାର କରିଛନ୍ତି। ଭେଣ୍ଡର ମାଲିକ କିଭଳି ଚିକେନ ବନାଉଛନ୍ତି ତାହା ଭିଡିଓରେ ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ହେଲା ଭେଣ୍ଡର କଡେଇରେ ଫୁଟନ୍ତା ତେଲରୁ ଖାଲି ହାତରେ ଚିକେନ ବାହାର କରୁଛନ୍ତି କିନ୍ତୁ ତାଙ୍କ ହାତ କିଛି ବି ହେଉନି। ଭିଡିଓରେ କୁହାଯାଇଛି ଷ୍ଟ୍ରିଟଫୁଡ ବିକ୍ରେତା ଜୟପୁରରେ ଅଲି ଚିକେନ ସେଣ୍ଟର ନାଁରେ ରାସ୍ତାକଡ଼ରେ ନିଜ ଷ୍ଟଲ କରିଛନ୍ତି।

ପ୍ରଥମେ ସେ ଚିକେନକୁ ଗରମ ତେଲରେ ପକାଇଛନ୍ତି। ଚିକେନ ହେଇଯିବା ପରେ ଗରମ ତେଲରେ ହାତ ବୁଡାଇ ଚିକେନ କାଢୁଛି। ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଲୋକଙ୍କ ମୁଣ୍ଡ ଖରାପ ଯେ ଏହା କେମିତି ସମ୍ଭବ ଯେ ଗରମ ତେଲରେ ବିକ୍ରେତାଙ୍କ ହାତ ପୋଡ଼ୁନି। 

ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ଭିଡିଓ ପୋଷ୍ଟ କରି ୟୁଜର ମଜାଦାର କ୍ୟାପ୍ସନ ଦେଇଛନ୍ତି ଯେ ତାଙ୍କ ହାତ ପୋଡ଼ୁନି ?

   Related Posts