ଷ୍ଟ୍ରିଟ୍ ଲାଇଟ୍ ଲିଭାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ : ଗାଁରେ ବୁଲିଲା ଖଣ୍ଡା, ୧୦ ଆହତ

Published By : Prameya-News7 Bureau | June 17, 2021 IST

ନୀଳଗିରି,୧୭/୬ :   ବିଳମ୍ବିତ ରାତିରେ ଗାଁରେ ବୁଲିଲା ଭୁଜାଲି ଖଣ୍ଡା ।  ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୧୦ ଆହତ ।  ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ l ବାଲେଶ୍ୱର ଜିଲ୍ଲା ସୋର ଥାନା ଆଟପୁର ଗାଁରେ ଘଟିଛି ଏଭଳି ଘଟଣା ।

ସାମାନ୍ୟ ଷ୍ଟ୍ରିଟ୍ ଲାଇଟ ଲିଭାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଛି । ଏଥିରେ ୧୦ ଜଣ ଆହତ ହୋଇଛନ୍ତି l ଆକ୍ରମଣରେ ଉଭୟ ପକ୍ଷରୁ ଖଣ୍ଡା ଭୁଜାଲି ବ୍ୟବହାର ଯୋଗୁଁ ୧୦ ଜଣ ଆହତ ହୋଇଥିଲେ l ପୂର୍ଵରୁ ଉଭୟ ପକ୍ଷଙ୍କ ମଧ୍ୟରେ ଶତ୍ରୁତା ରହିଥିଲା ବେଳେ ବୁଧବାର ରାତିରେ ଷ୍ଟ୍ରିଟ୍ ଲାଇଟ୍ ଲିଭାକୁ ନେଇ ଗାଁରେ ମହାଭାରତ ସୃଷ୍ଟି ହୋଇଥିଲା l

ଖବର ପାଇ ପୋଲିସ ଗାଁରେ ପହଁଚି ଉଭୟ ପକ୍ଷରୁ ଆହତମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନରେ ଭର୍ତ୍ତି କରିଥିଲା l ଗଣ୍ଡଗୋଳକାରୀଙ୍କ ମଧ୍ୟରୁ ପୋଲିସ ଚାରି ଜଣଙ୍କୁ ଅଟକ ରଖିଛି l ଗୁରୁତର ତିନିଜଣଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.