Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ପାରିବାରିକ କଳହର କରୁଣ ପରିଣତି : ସ୍ତ୍ରୀର ତଣ୍ଟି କାଟିବା ପରେ ସ୍ବାମୀର ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

8/02/2020 at 10:27 AM

ପୁରୀ ୦୮।୦୨: ସ୍ତ୍ରୀର ତଣ୍ଟି କାଟି ଦେଲା ସ୍ବାମୀ । ପରେ ନିଜର ଗୁପ୍ତାଙ୍ଗ କାଟି ଆତ୍ମହତ୍ୟା ଉଦ୍ୟମ କରିଛି । ପୁରୀ  ବଳିଆପଣ୍ଡା ଥାନା ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ଆହତ ଥିବା ଦମ୍ପତ୍ତି ବଳିଆପଣ୍ଡାର ଚନ୍ଦ୍ରମା ବେହେରା ଓ ବୁଲୁ ବେହେରା । ଉଭୟଙ୍କୁ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ,  ବଳିଆପଣ୍ଡାର ଅଞ୍ଚଳରେ ରହୁଥିବା ସ୍ତ୍ରୀ ଚନ୍ଦ୍ରମା ଏକ ହୋଟେଲରେ ଶ୍ରମିକ ଭାବେ କାମ କରନ୍ତି । ସ୍ବାମୀ ବୁଲୁ ଜଣେ ରିକ୍ସା ଚାଳକ । ପ୍ରତିଦିନ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିବା ଜଣାପଡିଛି । ତେବେ ଶୁକ୍ରବାର ରାତିରେ ଉଭୟେ କାମରୁ ଫେରିବା ପରେ ରାତ୍ରିଭୋଜନ କରି ଶୋଇବାକୁ ଯାଇଥିଲେ । ଚନ୍ଦ୍ରମାକୁ କିପରି ନିଜ ରାସ୍ତାରୁ ସବୁଦିନ ପାଇଁ  ହଟାଇବା ସେନେଇ ପୂର୍ବରୁ ଯୋଜନା କରିଥିଲା ବୁଲୁ । ସ୍ତ୍ରୀ ଶୋଇଯିବା ପରେ ଛୁରି ନେଇ ଚନ୍ଦ୍ରମାଙ୍କ ପାଖକୁ ଯାଇଥିଲା ବୁଲୁ । ସ୍ତ୍ରୀଙ୍କ ସହ ଯୌନ ସଂପର୍କ ରଖିବା ବାହାନାରେ ବୁଲୁ ଚନ୍ଦ୍ରମାର ତଣ୍ଟି କାଟି ଦେଇଥିଲା ।

ଚନ୍ଦ୍ରମା ଚିତ୍କାର କରିବାରୁ ପଡୋଶୀମାନେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିଲେ ।  ବୁଲୁକୁ ଅଟକ ରଖି ପୋଲିସରେ ଖବର ଦେଇଥିଲେ ପଡୋଶୀ । କିନ୍ତୁ ଥାନାକୁ ଯିବା ଭୟରେ ବୁଲୁ ପାଖରେ ଥିବା ଛୁରୀରେ ନିଜ ଗୁପ୍ତାଙ୍ଗ କାଟି ଦେଇଥିବା ଜଣାପଡିଛି ।  ପୋଲିସ ଉଭୟଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ତେବେ ଉଭୟଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

   Related Posts