Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ଗଞ୍ଜେଇ ବୋଝେଇ କାର୍‌ ଜବତ, ୨ଗିରଫ
  • ||
  • ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌, ଅଡୁଆରେ ପୋଲିସ
  • ||

ରାଜମିସ୍ତ୍ରୀଙ୍କୁ ଝୁଣି ଖାଇଲେ ବୁଲା କୁକୁର

22/10/2019 at 5:11 PM

ଏଟା – ଉତ୍ତରପ୍ରଦେଶର ଏଟା ଜିଲ୍ଲାରେ ଜଣେ ରାଜମିସ୍ତ୍ରୀଙ୍କୁ ବୁଲା କୁକୁରମାନେ ଝୁଣି ଖାଇ ଦେଇଛନ୍ତି । ରବିବାର ବିଳମ୍ବିତ ରାତିରେ ତେଜ ସିଂହ ନାମକ ରାଜମିସ୍ତ୍ରୀ କାମ କରି ଫେରୁଥିଲେ । ଏତିକି ବେଳେ ସେଠାରେ ଥିବା ବୁଲା କୁକୁରମାନେ ତାଙ୍କୁ ଆକ୍ରମଣ କରିଥିଲେ । ତେଜ ସିଂଙ୍କର ବେହୋଶ ହେବାପର୍ଯ୍ୟନ୍ତ ସେମାନେ ତାଙ୍କୁ ଝୁଣି ଚାଲିଥିଲେ ।

କୁକୁରମାନେ କାମୁଡି କାମୁଡି ତାଙ୍କୁ ମାରି ଦେଇଥିଲେ । କେବଳ ସେତିକି ନୁହେଁ ତାଙ୍କ ଶରୀରରୁ ପୁଳା ପୁଳା ମାଂସ ଖାଇ ଦେଇଥିଲେ । ରାତି ସାରା କୁକୁରମାନେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରୁ ମାଂସ ଖାଇଦେଇଥିଲେ । ସକାଳେ ଗ୍ରାମବାସୀମାନେ ତାଙ୍କ ଶବ ଦେଖି ପୁଲିସକୁ ଖବର ଦେଇଥିଲେ ।

ପୁଲିସ ଶବକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହାପରେ ପ୍ରକୃତ ସତ୍ୟ ଉନ୍ମୋଚିତ ହୋଇଥିଲା। ଏହା ପୂର୍ବରୁ ସେଠାରେ ଥିବା କୁକୁରମାନେ ଅନ୍ୟ କେତକ ଲୋକଙ୍କୁ ଆକ୍ରମଣ କରିବା ସହ କାମୁଡି କ୍ଷତାକ୍ତ କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । କିଛି ଦିନି ତଳେ ଏହି ବୁଲା କୁକୁର ଗୋଟିଏ ଛେଳିକୁ ମାରି ଖାଇଦେଇଥିଲେ ।

   Related Posts