ଇସ୍ପାତ ସହରରେ ମାତିଛନ୍ତି ପାଗଳା କୁକୁର, ୩୦ରୁ ଅଧିକ ଲୋକ କୁକୁର କାମୁଡାରେ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର

Published By : Prameya-News7 Bureau | November 17, 2019 IST

ରାଉରକେଲା ୧୭।୧୧: ରାଉରକେଲାକୁ ଦ୍ବିତୀୟ ସ୍ମାର୍ଟ ସିଟି ଘୋଷଣା ହେବା ପରେ ଦିନରେ ସୁନେଲି ସ୍ବପ୍ନ ଦେଖୁଥିଲେ ଲୋକେ । ମୌଳିକ ସୁବିଧା ସହ ଦିଲ୍ଲୀ, ମୁମ୍ବାଇ ଭଳି ଜୀବନ ଜୀଇଁବାକୁ ଆଶା ରଖିଥିଲେ ସହରବାସୀ କିନ୍ତୁ ମୌଳିକ ସୁବିଧା କଥା ତ ଛାଡ଼ନ୍ତୁ, ବୁଲା କୁକୁରଙ୍କୁ କାବୁ କରିପାରୁନି ସ୍ଥାନୀୟ ପ୍ରଶାସନ। ଯେଉଁଥି ପାଇଁ ଲୋକେ କେବଳ ଚିନ୍ତାରେ ନାହାଁନ୍ତି ବଂର ଘରୁ ବାହାରିବାକୁ ଡରୁଛନ୍ତି ।

{"id":185701,"sizeSlug":"large"}

ଇସ୍ପାତ ସହରରେ କୁକୁର ଆତଙ୍କ । ମାତିଛନ୍ତି ପାଗଳା କୁକୁର । ରାଉରକେଲାର ଡେଲି ମାର୍କେଟ, ମିଶ୍ର ଲାଇନ୍ ପ୍ରଭୃତି ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ପାଗଳ କୁକୁର । ୩୦ରୁ ଅଧିକ ଲୋକ କୁକୁର କାମୁଡ଼ାରେ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସନ୍ଧ୍ୟା ହେଲେ ସହରରେ କୁକୁରଙ୍କ ଦୈରାତ୍ମ୍ୟ ପାଇଁ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ସେପଟେ କିନ୍ତୁ ଆହତ ହୋଇ ଲୋକେ ସରକାରୀ ଡାକ୍ତରଖାନା ଗଲେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦେଉଛନ୍ତି ଡାକ୍ତର । ମେଡିକାଲରେ କୁକୁର କାମୁଡ଼ା ଇଞ୍ଜେକସନ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

{"id":185702,"sizeSlug":"large"}

ପାଗଳ କୁକୁର ଭୟରେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ସେପଟେ କିନ୍ତୁ ସବୁ ଜାଣିଶୁଣି ଚୁପ୍ ବସିଛନ୍ତି ବିଭାଗୀୟ ଅଧିକାରୀ । ପାଗଳ କୁକୁରଙ୍କୁ ଧରିବା ପାଇଁ ପ୍ରଶାସନ କିଛି କରୁଛି ନା ଲୋକଙ୍କୁ ସୁରକ୍ଷା ଦେଉଛି । ଅନ୍ୟପଟେ ପ୍ରାଣୀ ସଂପଦ ଅଧିକାରୀ ନିଜକୁ ଝାଡ଼ିଝୁଡି ଦେଇଛନ୍ତି । ଏପରିକି ରାଉରକେଲା ଉପଖଣ୍ଡ ପ୍ରାଣୀ ସଂପଦ ଅଧିକାରୀଙ୍କୁ ପ୍ରତିକ୍ରିୟା ଦେବା ପାଇଁ ମନା କରାଯାଇଥିବା କହିଛନ୍ତି।

{"id":185703,"sizeSlug":"large"}

ପାଗଳ କୁକୁର ପାଇଁ ଲୋକଙ୍କ ନିଦ ହଜିଯାଇଛି । କିନ୍ତୁ ସେମାନଙ୍କ ଅସୁବିଧା ପ୍ରତି କେହି ଧ୍ୟାନ ଦେଉଛି ନା ସମାଧାନ କରୁଛି । ଏମିତି ସ୍ଥିତିରେ ନିଜ ସୁରକ୍ଷା ନିଜେ କରିବା ନୀତିରେ ହାତରେ ବାଡି ଧରି ଘରୁ ବାହାରୁଛନ୍ତି ରାଉରକେଲାବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.