ଇସ୍ପାତ ସହରରେ ଆତଙ୍କ ଖେଳାଇଛନ୍ତି ପାଗଳ କୁକୁର : ୨୨୫ରୁ ଅଧିକ ଲୋକ ହେଲେଣି ଶିକାର

Published By : Prameya-News7 Bureau | January 28, 2020 IST

ରାଉରକେଲା ୨୮।୧: ଇସ୍ପାତ ସହର ରାଉରକେଲାରେ ମାତିଛନ୍ତି ପାଗଳ କୁକୁର । କାମୁଡିଲେଣି ପାଖାପାଖି ୨୨୫ରୁ ଉର୍ଦ୍ଧ୍ବ ଲୋକଙ୍କୁ । ଲୋକେ ଆତଙ୍କିତ, ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି ।

{"id":216865,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାଉରକେଲା ସହର ଏବେ ପାଗଳ କୁକୁରଙ୍କ ଆତଙ୍କ । ସହରର ଡେଲି ମାର୍କେଟ୍, ମେନରୋଡ୍ ପଟ୍ରୋଲ ପମ୍ପ୍, ମିଶ୍ରା ଲାଇନ୍, ଆଇ ଆଇଜି ପାର୍କ ସହ ମାଲଗୋଦାମ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ପାଗଳ କୁକୁର । ଏମିତିକି ଷ୍ଟିଲ୍ ପ୍ଲାଣ୍ଟ୍ ଭିତରେ ମଧ୍ୟ ପାଗଳ କୁକୁରଙ୍କ ଆତଙ୍କ । ଷ୍ଟିଲ୍ ପ୍ଲାଣ୍ଟ ଭିତରେ କର୍ମଚାରୀମାନେ କିଛି ଦିନ ତଳେ ପାଗଳ କୁକୁର କାମୁଡାର ଶିକାର ହୋଇଥିଲେ । ସେମାନେ ଗୁରୁତର ଅବସ୍ଥାରେ ଇସ୍ପାତ୍ ଜେନେରାଲ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ପାଗଳ କୁକୁରଙ୍କ ଆତଙ୍କରେ ପୁଣି ସହରବାସୀ ଆତଙ୍କିତ ।

{"id":216866,"sizeSlug":"large"}

ପାଗଳ କୁକୁର  କାମୁଡାରେ ଶିକାର ହୋଇଥିବା କିଛି ଲୋକେ  ରାଉରକେଲା  ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବାବେଳେ ରାବିକ ଇନଜେକସନର ଏବେ ଅଭାବ ପଡିବା ନେଇ ଅଶଙ୍କା ଦେଖାଦେଇଛି। ଗତ ନଭେମ୍ବର ମାସରେ  ରାଉରକେଲା ସରକାରୀ ଡାକ୍ତରଖାନାରେ ରାବିକ ଇନଜେକସନ  ନଥିଲା । ଯାହାଫଳରେ ପାଗଳ କୁକୁର କାମୁଡାରେ ଶିକାର ହୋଇଥିବା ଲୋକେ ହଇରାଣ ହୋଇଥିଲେ । ପଡୋଶୀ ରାଜ୍ୟ ଝାଡଖଣ୍ଡ ଯାଇ ଚିକିତ୍ସିତ ହୋଇଥିଲେ ।

{"id":216867,"sizeSlug":"large"}

ପୁଣି ଏବେ ପାଗଳ କୁକୁରଙ୍କ କାମୁଡାର ଶିକାର ହୋଇଥିବା ଲୋକଙ୍କର ରାଉରକେଲା ସରକାରୀ ଡାକ୍ତରଖାନାରେ ଲମ୍ବା ଲାଇନ୍ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଏଥିପ୍ରତି ରାଉରକେଲା ସରକକାରୀ ଡାକ୍ତରଖାନର କର୍ତ୍ତୃପକ୍ଷ ସଜାଗ ଥିବାଭଳି ଲାଗୁନାହିଁ କି ରାଉରକେଲା ପ୍ରଶାସନ ସହ ରାଉରକେଲା ମହାନଗର ନିଗମ ଏଥିପ୍ରତି ଦୃଷ୍ଟି ନଦେବା ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.