Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବୁଲା କୁକୁର ଆକ୍ରମଣରେ ୯ ବର୍ଷୀୟ ବାଳକର ମୃତ୍ୟୁ, ମାମଲା ରୁଜୁ କଲା ପୋଲିସ

31/01/2021 at 10:09 PM

ହାଇଦ୍ରାବାଦ ୩୧/୦୧: ବୁଲା କୁକୁର ଆକ୍ରମଣରେ ଜଣେ ୯ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ କିଛି ପିଲା ଖେଳୁଥିବା ବେଳେ ୪-୫ଟି କୁକୁର ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଅନ୍ୟ ପିଲା କୌଣସି ମତେ ଖସିଯିବାକୁ ସମର୍ଥ ​‌ହୋଇଥିବା ବେଳେ ୯ ବର୍ଷୀୟ ଏମଡି ଆୟାନ କୁକୁର ହାବୁଡ଼ରେ ପଡ଼ିଯାଇଥିଲା। ଏଭଳି ଅଭାବନୀୟ ଘଟଣା ହାଇଦ୍ରାବାଦର ବାହାଦୁରପୁରାରେ ଘଟିଛି।

ଗୋଟିଏ କୁକୁର ଆୟାନକୁ ଗୋଡ଼ାଇ ନେଇଥିଲା। ସେ ତଳେ ପଡ଼ିଯିବା ପରେ ଅନ୍ୟ କୁକୁର ଆକ୍ରମଣ କରିଥିଲେ। ପରେ ଆୟାନର ମୃତ୍ୟୁ ହୋଇଥିଲା। ଶନିବାର ଏହି ଘଟଣାଟି ଘଟିବା ପରେ ଖବର ପାଇ ପୋଲିସ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ସିଆରପିସି ୧୭୪ ଅଧିନରେ ମାମଲା ରୁଜୁ କରିଛି ପୋଲିସି ।

ଅନ୍ୟ ଏକ ମାମଲାରେ ଜଣେ ୭୧ ବର୍ଷୀୟ ବୃଦ୍ଧକୁ କୁକୁର ଆକ୍ରମଣ କରିବାରୁ ସେ ଗୁରୁତର ହୋଇଛନ୍ତି। ବେଗୁମପେଟ୍‌ର ବିଏସ୍‌ ମାକ୍‌ଥାଙ୍କ ମୁହଁ,କାନ ଓ ଶରୀରର ଅନ୍ୟ ଅଙ୍ଗରେ ଆକ୍ରମଣ କରି ବୁଲା କୁକୁର କ୍ଷତାକ୍ତ କରିପକାଇଥିଲା। ଏନେଇ ମାକ୍‌ଥା ବେଗମପେଟ୍‌ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ଜାନୁଆରୀ ୨୮ ସକାଳ ୧୧.୩୦ ସମୟରେ ମାକ୍‌ଥା ଘରୁ ବାହାରକୁ ବାହାରୁଥିବା ବେଳେ କୁକୁର ଆକ୍ରମଣ କରିଥିବା ଜଣାପଡ଼ିଛି।

   Related Posts