Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ସିକ୍ୟୁରିଟି ଗାର୍ଡ ପଦରେ ବିଲେଇ, ବେକରେ ଆଇ-କାର୍ଡ ଝୁଲାଇ କରୁଛି ଡ୍ୟୁଟି

10/09/2020 at 5:00 PM

ନୂଆଦିଲ୍ଲୀ ୧୦/୦୯: କରୋନା ଭାଇରସ ଅନେକ ଲୋକଙ୍କୁ ବେରୋଜଗାରୀ କରାଇଛି। ମହାମାରୀ ଯୋଗୁ ଲୋକଙ୍କ ଜୀବନ ଶୈଳୀ ଓ ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି। ଏହାରି ଭିତରେ ଅନେକ ଚାକିରି ହରାଇବା ସହ ନିଯୁକ୍ତି ସୁଯୋଗ ଅପେକ୍ଷାରେ ରହିଛନ୍ତି। ତେବେ ଲୋକଙ୍କୁ ଚାକିରି ମିଳୁ ନ ଥିବା ବେଳେ ବୁଲା ବିଲେଇକୁ ଚାକିରି ମିଳିଛି। ଯଦିଓ ଏକଥା ବିଶ୍ବାସ ଲାଗୁ ନ ଥିବା ହେଲେ ଏହା ପୂରା ସତ। କହିବାକୁ ଗଲେ ଏ ବିଲେଇ ନିହାତି ଭାଗ୍ୟଶାଳୀ ସେଥିପାଇଁ ତ ତାକୁ ମହାମାରୀ କାଳରେ ଚାକିରି ମିଳିଛି।

ଏ ଘଟଣା ଅଷ୍ଟେ୍ରଲିଆର। ରିଚମଣ୍ଡ ସହରରେ ଥିବା ଏପଓ୍ବର୍ଥ ହସପିଟାଲର ସିକ୍ୟୁରିଟି ଟିମ୍ ଗୋଟିଏ ବୁଲା ବିଲେଇକୁ ସିକ୍ୟୁରିଟି ଦଳରେ ସାମିଲ କରିଛନ୍ତି। ବିଲେଇର ନାଁ ଏଲଉଡ୍। ଏବେ ପ୍ରଶ୍ନ ଉଠୁଥିବା ହସପିଟାଲ ବିଲେଇକୁ ତ ଦରମା ଦେଉ ନ ଥିବ। ଯଦିଓ ବିଲେଇକୁ ଦରମା ମିଳୁ ନାହିଁ କିନ୍ତୁ ତାକୁ ଭଲ ତଥା ସ୍ବାଦିଷ୍ଠ ଖାଦ୍ୟ ଖାଇବାକୁ ଦିଆଯାଉଛି। ଏତିକି ନୁହେଁ ବିଲେଇକୁ ଚାକିରି ମିଳିଛି ତାର ପ୍ରମାଣ ପାଇଁ ତାକୁ ଆଇକାର୍ଡ ମଧ୍ୟ ଦିଆଯାଇଛି। ସେଥିରେ ବିଲେଇ ଫଟୋ, ନାଁ ଓ ସିକ୍ୟୁରିଟି ପଦରେ ରଖାଯାଇଥିବା ଲେଖା ଅଛି। ବିଲେଇଟିକୁ ହସପିଟାଲର ମେନ୍ ଗେଟ୍‌ରେ ମୁତୟନ କରାଯାଇଛି। ହସପିଟାଲ କର୍ତୃପକ୍ଷ କହିଛନ୍ତି ଏହି ବିଲେଇଟି ବର୍ଷେ ପାଖାପାଖି ହସପିଟାଲ ମୁଖ୍ୟଦ୍ବାରରେ ବୁଲୁଥିଲା। ସେଥିପାଇଁ ସିକ୍ୟୁରିଟି ଗାର୍ଡ ଟିମ୍ ତାକୁ ଚାକିରିରେ ରଖିବା ନିଷ୍ପତି ନେଲେ।

 

   Related Posts